ଆଗରପଡ଼ା :ଆଗରପଡ଼ା ଚିନ୍ତା ଚେତନା ସାହିତ୍ୟ ସଂସଦ ବାର୍ଷିକ ଉତ୍ସବ ସ୍ଥାନୀୟ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂସଦ ସଭାପତି ବାଞ୍ଛାନିଧି ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉଦ୍ଘାଟକ ଭାବେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ମୁଖ୍ୟ ଅତିଥି ଡାଏଟ୍ ଅଧ୍ୟକ୍ଷ ଡଃ କାର୍ତ୍ତିକେଶ୍ୱର ରାଉଳ,ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ,ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରଭାସ ଚନ୍ଦ୍ର ମହାପାତ୍ର ଯୋଗଦେଇ ଅଧିକ ପାଠକ ସୃଷ୍ଟି ହେଲେ ସାହିତ୍ୟର ଉନ୍ନତି ହେବ । ଯୁବ ପିଢି ଙ୍କୁ ସାହିତ୍ୟ ସଂସଦ ମାନଙ୍କରେ ଯୋଗଦେବା ପାଇଁ ଉତ୍ସାହିତ କରିବା ଆବଶ୍ୟକ ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକ ପ୍ରଣୟ କୁମାର ସିଂହ ଆଭିମୁଖ୍ୟ ପ୍ରଦାନ ଓ ବିବରଣୀ ପଠନ କରିଥିବା ବେଳେ ଉପଦେଷ୍ଠା କୃଷ୍ଣ ଚନ୍ଦ୍ର ଜେନା ପ୍ରାକ୍ କଥନ, ଚିତ୍ତରଞ୍ଜନ ସାମନ୍ତରାୟ ଅତିଥି ପରିଚୟ ଏବଂ ବୁଲୁ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଶତାଧିକ କବି କବିତା ପାଠ କରିଥିବାବେଳେ ତପନ କୁମାର ସାହୁ,ଦାଶରଥି ଯେନା ସଂଯୋଜନା କରିଥିଲେ । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଶୁଦ୍ଧ ଓଡ଼ିଆ ଲିଖନ, ସାଧାରଣ ଜ୍ଞାନ ପରୀକ୍ଷା କରାଯାଇଥିଲା ।ବ ିଭିନ୍ନ ସେବା ପାଇଁ ଚତୁର୍ଭୁଜ ପହୀ,ଭରତ ଚନ୍ଦ୍ର ବେହେରା,କୃଷ୍ଣ ଚନ୍ଦ୍ର ଦେଓ ଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା ।ଏହି କାର୍ଯ୍ୟକ୍ରମ କୁ କୃପାସିନ୍ଧୁ ମୁଦୁଲି,ବାଙ୍କବିହାରୀ ସାହୁ,କାର୍ତ୍ତିକ ଚନ୍ଦ୍ର ପଣ୍ଡା,ମାନସ ଭୂୟାଁ,କୁଞ୍ଜ ବିହାରୀ ବିଶ୍ୱାଳ, ଦେବବ୍ରତ ବାରିକ ପ୍ରମୁଖ ସହଯୋଗ କରିଥିଲେ ।

