ସରକାରୀ ନିୟମର ଖୋଲା ଉଲଂଘନ, ଶିକ୍ଷକଙ୍କ ମନମାନିରେ ଚାଲିଛି ପାଠପଢା

ରାଜ୍ୟ
  • ସକାଳୁଆ ସ୍କୁଲ ପ୍ରହସନ ପାଲଟିଛି

ଆଗରପଡ଼ା :ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଉନ୍ନତମାନର କରିବା ପାଇଁ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରି ଭିତ୍ତିଭୂମି ସୁଦୃଢ କରୁଛନ୍ତି । ତେବେ କେତେକ କ୍ଷେତ୍ରରେ କେତେକ ସ୍କୁଲ ସରକାରୀ ନିର୍ଦ୍ଦେଶ ନାମାକୁ ଖୋଲାଖୋଲି ଅବମାନନା କରୁଥିବା ଅଭିଯୋଗ ହେଉଛି ; ମାତ୍ର ଏ ସଂପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷମାନେ କୌଣସି କିଛି ପଦକ୍ଷେପ ନେଉନଥିବାର ଅଭିଯୋଗ ଉଠିଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ବିଭିନ୍ନ ସରକାରୀ ବିଦ୍ୟାଳୟରେ ବହୁ ଅନିୟମିତତା ଦେଖିବାକୁ ମିଳିଛି । ପିଲାଙ୍କୁ ସମୟାନୁବର୍ତ୍ତିତା ଜ୍ଞାନ ଶିକ୍ଷକଙ୍କ ଠାରୁ ମିଳିଥାଏ । କିନ୍ତୁ ଶିକ୍ଷକମାନଙ୍କ ଠାରେ ଯଦି ଏହି ବ୍ୟତିକ୍ରମ ଦେଖାଯାଏ ତେବେ ଏଥିପାଇଁ କିଏ ଦାୟୀ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସରକାରଙ୍କ ଧାର୍ଯ୍ୟ ନିୟମାନୁସାରେ ଚଳିତ ମାସ୨ତାରିଖ ଠାରୁ ଆସନ୍ତା ମେ ମାସ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସବୁ ସ୍କୁଲ ସକାଳୁଆ ହୋଇଥିବାରୁ ସକାଳ ୬.୩୦ରୁ ୧୦.୩୦ପର୍ଯ୍ୟନ୍ତ ସ୍କୁଲ ଗୁଡ଼ିକ ଚାଲିବ ବୋଲି ସରକାରୀ ନିର୍ଦ୍ଦେଶ ରହିଥିଲେ ସୁଦ୍ଧା ଅଧିକାଂଶ ସ୍କୁଲରେ ବହୁ ଶିକ୍ଷକ ନିର୍ଦ୍ଦାରିତ ସମୟ ଠାରୁ ବହୁ ବିଳମ୍ବରେ ସ୍କୁଲରେ ପହଂଚିବା ଓ ନିର୍ଦ୍ଦାରିତ ସମୟ ପୂର୍ବରୁ ସ୍କୁଲରୁ ପଳାଇ ଆସୁଥିବା ଦେଖିବାକୁ ମିଳୁଛି । ସୂଚନା ଅନୁଯାୟୀ;କାଦବରାଙ୍ଗ କ୍ଲଷ୍ଟର ଅନ୍ତର୍ଗତ ବାଙ୍କତିରା ହାଇସ୍କୁଲ,ବନ୍ତଳା ନୋଡ଼ାଲ,ତୋଫାବିବି କ୍ଲଷ୍ଟର ଅନ୍ତର୍ଗତ କୃଷ୍ଣଚରଣ ବିଦ୍ୟାମନ୍ଦିର,ତ୍ରିସାଲିଆ ଓ ରାଉତରାପୁର ସ୍କୁଲ ,ନରାଜପୁର କ୍ଲଷ୍ଟର ଅନ୍ତର୍ଗତ ଟିକିରା ସ୍କୁଲ ଏବଂ ଗୋପିନାଥପୁର କ୍ଲଷ୍ଟର ଅନ୍ତର୍ଗତ ଗୋପିନାଥପୁର ହାଇସ୍କୁଲ, କାଣ୍ଡବା ଓ ସାହୁପଡ଼ା ଆଦି ସ୍କୁଲ ସହିତ ଅନ୍ୟ କ୍ଲଷ୍ଟର ବିଦ୍ୟାଳୟର କିଛି ଶିକ୍ଷକ/ଶିକ୍ଷୟିତ୍ରୀ ସବୁ ସମୟରେ ବିଳମ୍ବରେ ସ୍ଖୁଲରେ ପହଂଚୁଥିବା ଅଭିଯୋଗ ହେଉଛି । ଅଭିଯୋଗକୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସକାଳୁଆ ସ୍କୁଲ ପ୍ରହସନରେ ପରିଣତ ହେବା ସହ ଶିକ୍ଷକଙ୍କ ମନମାନିରେ ପାଠପଢା ଚାଲୁଥିବା ସ୍ପଷ୍ଟ ବାରି ହୋଇପଡୁଛି । ତେଣୁ ଚଳନ୍ତି ଶିକ୍ଷା ବ୍ୟବସ୍ଥାକୁ ପ୍ରହସନରେ ପରିଣତ ନକରି ସରକାରୀ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ ଅଧିକାରୀ ନିର୍ଦ୍ଦେଶ ଦେବାକୁ ଶିକ୍ଷାବିତ୍‌ଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ସେମାନେ ଯାହା କହନ୍ତି…

Beo bonth

ସରକାରୀ ନିୟମକୁ ପାଳନ କରିବା ସମସ୍ତଙ୍କ ପ୍ରଥମ କର୍ତ୍ତବ୍ୟ । ତେଣୁ ଉକ୍ତ ଅଭିଯୋଗ ଉପରେ ଗୁରୁତ୍ୱ ଦେବା ସହ ସିଆରସିସିମାନଙ୍କ ସହ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବି ।

ଡ଼ଃ ସୁକୀର୍ତ୍ତି କର, ଭାରପ୍ରାପ୍ତ ବ୍ଳକ ଶିକ୍ଷାଧିକାରିଣୀ, ବନ୍ତ

Hm girls high school

ଶିକ୍ଷାନୁଷ୍ଠାନରେ ଠିକ୍ ସମୟରେ ଯୋଗଦେବା ଆମ ନୈତିକ କର୍ତ୍ତବ୍ୟ । ତେଣୁ ଏହାକୁ ଯଥା ସମ୍ଭବ ପାଳନ କରିବା ଉଚିତ୍ ।

ଅଜିତ କୁମାର ରାଉଳ,ଭାରପ୍ରାପ୍ତ ପ୍ରଧାନଶିକ୍ଷକ,ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଆଗରପଡ଼ା

 

Crcc niranjan khilar

ଅଭିଯୋଗ ପାଇବା ପରେ ମୋ କ୍ଲଷ୍ଟର ଅଧିନସ୍ଥ ୧୬ଟି ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ବାରମ୍ବାର ଏହିପରି ଭୂଲ ନ କରିବାକୁ ତାଗିଦ୍ କରିବା ସହ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ।

ନିରଜଂନ ଖିଲାର,ସିଆରସିସି ତୋଫାବିବି କ୍ଲଷ୍ଟର

Crcc pradip pallai

ଅଭିଯୋଗ ପାଇବା ପରେ ମୋ କ୍ଲଷ୍ଟର ଅଧିନସ୍ଥ ୨୨ଟି ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସମୟାନୁବର୍ତ୍ତିତା ହେବାକୁ ପରାମର୍ଶ ଦେଇଛି ।

ପ୍ରଦୀପ କୁମାର ପଲାଇ,ସିଆରସିସି କାଦବରାଙ୍ଗ ଓ ନରାଜପୁର କ୍ଲଷ୍ଟର

 

Director kalinga computers photo of binod kumar dhall samanta

ସରକାରୀ ବିଦ୍ୟାଳୟର ଏହିପରି ଅବ୍ୟବସ୍ଥା ଓ ଅନିୟମିତତା ଯୋଗୁଁ ଅଭିଭାବକ ମାନେ ନିଜ ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ବେସରକାରୀ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହେଉଥିବା ଜଣାପଡ଼ିଛି ।

ବିନୋଦ କୁମାର ଧଳ ସାମନ୍ତ, ନିର୍ଦ୍ଦେଶକ, କଳିଙ୍ଗ କମ୍ପ୍ୟୁଟର୍ସ, ଆଗରପଡ଼ା

Shrutilipi ad