ଜହ୍ନରେ ଦାଗ ଅଛି ହେଲେ ପ୍ରଧାନମନ୍ତ୍ରୀଙ୍କ ଉପରେ ନାହିଁ’: କଙ୍ଗନା

ଦେଶ - ବିଦେଶ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ କଙ୍ଗନା ରାଣାୱତ ସବୁବେଳେ ଖବରର ଶିରୋନାମାରେ ଥାଆନ୍ତି। ସେ ତାଙ୍କର ରୋକ୍‌ଠୋକ କଥା ପାଇଁ ଜଣାଶୁଣା। କାହାକୁ ଭୟ ନକରି ନିଜ ନିଜର ମତ ସମସ୍ତଙ୍କ ଆଗରେ ରଖନ୍ତି। ଏବେ କଙ୍ଗନା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ଚର୍ଚ୍ଚାକୁ ଆସିଛନ୍ତି।
ବୁଧବାର ଦିନ କଙ୍ଗନା ରାଣାୱତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ଚନ୍ଦ୍ରରେ ଦାଗ ଅଛି। କିନ୍ତୁ ଆମ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଗୋଟିଏ ବି ଦାଗ ନାହିଁ। କଂଗ୍ରେସକୁ ସମାଲୋଚନା କରି ସେ କହିଥିଲେ ଯେ କଂଗ୍ରେସ ଶାସନ କାଳରେ ୨ଜି ଦୁର୍ନୀତି, କୋଇଲା ଦୁର୍ନୀତି ଏବଂ ଚାରା ଦୁର୍ନୀତି ସମେତ ଅନେକ ଦୁର୍ନୀତି ହୋଇଥିଲା। ବିଜେପି ଏବଂ ଆରଏସଏସର ବିଚାରଧାରା ସନାତନ, ରାଷ୍ଟ୍ରବାଦ, ବସୁଧୈବ କୁଟୁମ୍ବକମକୁ ଅନୁସରଣ କରେ, ଯାହାକୁ ଆମେ ବହୁତ ଦିନ ଧରି ଅନୁସରଣ କରିଆସୁଛୁ। ୨୦୧୪ ପୂର୍ବରୁ, ବହୁତ ଦୁର୍ନୀତି ହେଉଥିଲା ହେଲେ ମୋଦୀଙ୍କ ଶାସନ କାଳରେ ଏହା ବହୁତ ମାତ୍ରାରେ କମ ହୋଇଛି। ଜଣେ ପ୍ରଧାନମନ୍ତ୍ରୀ ଭା‌ବରେ ସେ କୌଣସି ଦୁର୍ନୀତି କରିନାହାନ୍ତି।”

Shrutilipi ad