ପ୍ରଥମ ବଜେଟ୍‌ରେ ଦିଲ୍ଲୀର ବସ୍ତି ବାସିନ୍ଦାଙ୍କୁ ବଡ଼ ଉପ‌ହାର ଦେଲେ ରେଖା ସରକାର

ଦେଶ - ବିଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଙ୍ଗଳବାର ଦିନ ତାଙ୍କ ପ୍ରଥମ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସେ ତାଙ୍କର ପ୍ରଥମ ବଜେଟ୍‌ରେ ବସ୍ତି ଓ ଜେଜେ କଲୋନିରେ ରହୁଥିବା ବାସିନ୍ଦାଙ୍କୁ ବଡ଼ ଉପହାର ଦେଇଛନ୍ତି। ତାଙ୍କ କହିବା କଥା ହେଉଛି ଦିଲ୍ଲୀର ଏକ ବଡ଼ ଅଂଶ ଆଜି ବି ବସ୍ତିରେ ରହୁଛି। ପୂର୍ବରୁ ବଜେଟ୍‌ ହୋଇଛି ମାତ୍ର ଖର୍ଚ୍ଚ ହେଉନଥିଲା। ସେ ବସ୍ତି ଓ ଜେଜେ କଲୋନି ପାଇଁ ୬୯୬ କୋଟି ଟଙ୍କା ଆବଣ୍ଟନ ଘୋଷଣା କରିଛନ୍ତି।

ସେ ଆପ୍‌ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ‘‘ସେମାନେ କହୁଥିଲେ କି ବିଜେପି ଆସିଲେ ବସ୍ତି ଉଠାଇ ଦେବ। ମାତ୍ର ଆମେ ଏହା ପାଇଁ ଅଧିକ ୧୫୭ ପ୍ରତିଶତ ବଜେଟ୍‌ କରିଛୁ।’’

ଦିଲ୍ଲୀରୁ ହଟିବ ବସ୍ତି ଯୁଗ । ତୁମେ ଶୀଶମହଲ ନିର୍ମାଣ କରାଇଲ, ଆମେ ଗରିବଙ୍କ ପାଇଁ ଘର ନିର୍ମାଣ କରିବୁ । ଆମେ ବସ୍ତି ବାସିନ୍ଦାଙ୍କ ପାଇଁ ଶୌଚାଳୟ ଏବଂ ସ୍ନାନାଗାର ନିର୍ମାଣ କରିବୁ । ଏପରି କହିର୍ବ ସରକାର ଯୋଜନାଗୁଡ଼ିକ ଅପେକ୍ଷା ଯୋଜନାଗୁଡ଼ିକର ବିଜ୍ଞାପନରେ ଅଧିକ ଖର୍ଚ୍ଚ କରିଥିଲେ । କିନ୍ତୁ ଆମର ସ୍ୱପ୍ନ, ଏକ ସମୃଦ୍ଧ ଏବଂ ସଶକ୍ତ ଦିଲ୍ଲୀ ଗଠନ କରିବା। ବଜେଟରେ ବଡ ଘୋଷଣା କରିଛନ୍ତି ରେଖା ଗୁପ୍ତା ସରକାର ।

Shrutilipi ad