ଚାକିରି ବଦଳରେ ଜମି ମାମଲାରେ ଇଡି ଜେରାକୁ ସାମ୍ନା କଲେ ଲାଲୁ ପ୍ରସାଦ

ଦେଶ - ବିଦେଶ

ପାଟ୍‌ନା: ଚର୍ଚ୍ଚିତ ‘ଚାକିରି ବଦଳରେ ଜମି’ ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା କରୁଛି।
ବୁଧବ‌ାର ଦିନ ଇଡି ଲାଲୁଙ୍କୁ ପଚରାଉଚରା କରିଥିବା ବେଳେ ଇଡି କାର୍ଯ୍ୟାଳୟରେ ପହଁଚିବା ସମୟରେ ଲାଲୁଙ୍କ ସହ ଶତାଧିକ ସଂଖ୍ୟକ ସମର୍ଥକଙ୍କ ଭିଡ ଦେଖିବାକୁ ମିଳିଛି ।
ଏହାପୂର୍ବରୁ ଗତକାଲି ରାବ୍ରୀ ଦେବୀ, ତେଜସ୍ବୀ ଓ ମିଶା ଭାରତୀଙ୍କୁ ୭ ଘଣ୍ଟା ଜେରା କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଜେରା ପାଇଁ ବିହାରରେ ଥିବା ଇଡିର ମୁଖ୍ୟ କାର୍ଯ୍ୟାଳ‌ୟରେ ପହଞ୍ଚିଥିଲେ ଲାଲୁ ପ୍ରସାଦ। ସେଠାରେ ତାଙ୍କୁ ଜେରାର ସମ୍ମୁଖୀନ ହେବାକୁ ପଡ଼ିଛି।
ଉଲ୍ଲେଖଯୋଗ୍ୟ, ୨୦୦୪ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ କେନ୍ଦ୍ର ରେଳ ମନ୍ତ୍ରୀ ଥିବା ବେଳେ ଲାଲୁ ପ୍ରସାଦ ଯାଦବ ଲୋକଙ୍କଠାରୁ ଜମି ନେଇ ଚାକିରି କରାଇ ଦେଉଥିବ ଅଭିଯୋଗ ହୋଇଥିଲା। ସେ ମଧ୍ୟପ୍ରଦେଶର ଜବଲପୁରରେ ଅବସ୍ଥିତ ରେଳବାଇର ପଶ୍ଚିମ କେନ୍ଦ୍ରୀୟ ଜୋନ୍‌ରେ ଗ୍ରୁପ୍‌-ଡି ଚାକିରି କରାଇ ଦେବା ପାଇଁ ସେ ଲୋକଙ୍କୁ ତାଙ୍କ ନାମରେ କିମ୍ବା ତାଙ୍କ ପରିବାରର କାହା ନାମରେ ଜମି କରାଇ ଦେବାକୁ ସର୍ତ୍ତ ରଖୁଥିବା ଅଭିଯୋଗ ହେବା ପରେ ବିବାଦ ଘନେଇଥିଲା।

Shrutilipi ad