ନୂଆଦିଲ୍ଲୀ: ମନେ ପକାଇଦେଲା ଗୋଆ ନାଇଟ୍ କ୍ଲବ୍ ବିସ୍ଫୋରଣ। ନୂଆ ବର୍ଷ ପାଳନ କରିବା ହେଲା କାଳ। ସ୍ୱିଜରଲ୍ୟାଣ୍ଡରେ ନୂଆବର୍ଷ ପାଳନ କରୁଥିବା ବେଳେ ଏକ ବାର୍ରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ ୪୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣଟି ଏକ ବାରରେ ହୋଇଥିବା ବେଳେ ଭିତରେ ଥିବା ୧୦୦ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିବା ସାମ୍ନାକୁ ଆସିଛି।
ସ୍ୱିଜରଲ୍ୟାଣ୍ଡ ପୁଲିସ କହିଛି ଯେ, ଏହି ବିସ୍ଫୋରଣ ସ୍ୱିଜରଲ୍ୟାଣ୍ଡର କ୍ରାନ୍ସ ମୋଣ୍ଟାନା ସହରରେ ଘଟିଥିଲା। ଘଟଣା ଘଟିବା ପରେ ଏବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲକୁ ନେବା ଆରମ୍ଭ କରିଥିଲା। ଏହା ସହିତ ଉଦ୍ଧାର କାମ ଆରମ୍ଭ ହୋଇଥିଲା। କୁହାଯାଉଛି ଯେ, ବାର୍ରେ ନୂତନ ବର୍ଷର ପାଳନ ପାଇଁ ଲୋକେ ପାର୍ଟି କରିବାକୁ ବାର୍ରେ ପହଞ୍ଚିଥିଲେ। ବିସ୍ଫୋରଣ ଘଟିବା ବେଳେ ଏକାଧିକ ଲୋକ ବାର୍ ଭିତରେ ଥିଲେ। ଏପର୍ଯ୍ୟନ୍ତ ୪୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛି। ବିସ୍ଫୋରଣ ପଛର କାରଣ ଜଣାପଡ଼ିନାହିଁ। କୌଣସି ଆତଙ୍କବାଦୀ ସଂସ୍ଥା ଏହି ବିସ୍ଫୋରଣ କରିଥିବା ନେଇ ମଧ୍ୟ ଆଶଙ୍କା କରାଯାଉନାହିଁ।

