Capture 15 1068x594

ବିହାରରେ ଧରାଶାୟୀ ଜେଏସପି, ମିଳିଲାନି ଗୋଟିଏ ବି ଆସନ

ଦେଶ - ବିଦେଶ

ବିହାର: ବିହାର ବିଧାନସଭା ନିର୍ବାଚନର ଫଳାଫଳ ଆସିବା ସହିତ ପ୍ରଶାନ୍ତ କିଶୋରଙ୍କ ଜନ ସୁରାଜ ପାର୍ଟି(ଜେଏସପି) ପ୍ରାର୍ଥୀ ଧରାଶାୟୀ ହୋଇଛନ୍ତି। ପ୍ରାରମ୍ଭିକ ଫଳାଫଳ ଅନୁସାରେ ଜେଏସପିକୁ ଗୋଟିଏ ମଧ୍ୟ ସିଟ୍ ମିଳିନି ଯଦିଓ ଏକଜିଟ୍ ପୋଲ୍ ଅନୁସାରେ ଦଳକୁ ୦ରୁ ୫ ସିଟ୍ ମିଳିବା ଅନୁମାନ ଲଗାଯାଇଥିଲା। ଖାସ୍ କଥା ହେଉଛି ପ୍ରଶାନ୍ତ କିଶୋରଙ୍କ ସବୁଠାରୁ ମଜଭୁତ ପ୍ରାର୍ଥୀ ମଧ୍ୟ କାହାକୁ ଟକ୍କର ଦେଇପାରିନାହାଁନ୍ତି। ବିଧାନସଭା ଉପନିର୍ବାଚନରେ ୧୦ ପ୍ରତିଶତରୁ ଅଧିକ ଭୋଟ୍ ହାସଲ କରିଥିବା ପ୍ରଶାନ୍ତ କିଶୋରଙ୍କ ଜଣେ ପ୍ରାର୍ଥୀ ମଧ୍ୟ କାହାକୁ ଚାଲେଞ୍ଜ ଦେଇପାରିନାହାଁନ୍ତି।

ପ୍ରଶାନ୍ତ କିଶୋର ନିର୍ବାଚନ ପ୍ରଚାର ସମୟରେ ଗଣମାଧ୍ୟମ ଆଗରେ ଦାବି କରିଥିଲେ ଯେ ଯଦି ଜନତା ଦଳ ୟୁନାଇଟେଡକୁ ୨୫ ସିଟ୍ ମିଳେ ତେବେ ସେ ସନ୍ୟାସ ନେଇଯିବେ। ସେ କହିଥିଲେ କି ଯଦି ତାଙ୍କ ପାର୍ଟି କ୍ଷମତାକୁ ଆସେ ତଥାପି ମଧ୍ୟ ଜେଡିୟୁକୁ ୨୫ ସିଟରୁ ଅଧିକ ମିଳେ ତେବେ ସେ ସନ୍ୟାସ ନେଇଯିବେ। ତେବେ ରାଜନୀତିରେ କିଛି ବି ହୋଇପାରେ। ଦଳକୁ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ଆସନ ମିଳିପାରିନି। ନିର୍ବାଚନ ପୂର୍ବ ଦିନ ଦଳର ଅନେକ ପ୍ରାର୍ଥୀ ବିଜେପିରେ ସାମିଲ ହୋଇଥିଲେ। ବର୍ତ୍ତମାନ କାହିଁକି ଦଳ ଏପରି ଖରାପ ପ୍ରଦର୍ଶନ କଲା ସେନେଇ ପ୍ରଶାନ୍ତଙ୍କୁ ସମୀକ୍ଷା କରିବା ଉଚିତ୍।

Shrutilipi ad