ପ୍ରକାଶ ପାଇଲା ୟୁପିଏସସି ମୁଖ୍ୟ ପରୀକ୍ଷା ଫଳ, ୨୭୩୬ କୃତକାର୍ଯ୍ୟ

ଦେଶ - ବିଦେଶ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସସି) ସିଭିଲ ସର୍ଭିତ ମୁଖ୍ୟ ପରୀକ୍ଷା-୨୦୨୫ର ଫଳାଫଳ ପ୍ରକାଶ ପାଇଛି। ଏଥିରେ ୨୭୩୬ ପରୀକ୍ଷାର୍ଥି କୃତକାର୍ଯ୍ୟ ହୋଇଛନ୍ତି। ସେମାନେ ସାକ୍ଷାତକାର ପରୀକ୍ଷାରେ ଅଂଶଗ୍ରହଣ କରିବା ଲାଗି ଚୟନ ହୋଇଛନ୍ତି।

ଗତ ଅଗଷ୍ଟ ୨୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ପରୀକ୍ଷା ଆୟୋଜିତ ହୋଇଥିଲା। ଏଥିରେ ମୋଟ ୨୭୩୬ ଜଣ ବାଜି ମାରିଛନ୍ତି। ସାକ୍ଷାତକାରରେ ସଫଳ ହେବା ପରେ ସେମାନଙ୍କୁ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ), ଭାରତୀୟ ବିଦେଶ ସେବା(ଆଇଏଫଏସ), ଭାରତୀୟ ପୁଲିସ ସେବା(ଆଇପିଏସ) ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ପଦପଦବୀରେ ନିଯୁକ୍ତି ମିଳିବ।

Shrutilipi ad