Elon musk 54820081119 (cropped).jpg

ଏଲନ ମସ୍କଙ୍କ ଦରମା, ପାକିସ୍ତାନ ଅର୍ଥନୀତିର ଅଢ଼େଇ ଗୁଣ

ଦେଶ - ବିଦେଶ

ଶୀର୍ଷକଟି ଟିକେ ଅଡୁଆ ଲାଗୁଥାଇପାରେ, କିନ୍ତୁ ଏହା ସତ୍ୟ। ବିଶ୍ଵର ବଡ଼ ଧନୀମାନଙ୍କ ମଧ୍ୟରୁ ଅନ୍ୟତମ ଏଲନ ମସ୍କଙ୍କ ଦରମା ପାକିସ୍ତାନ ଅର୍ଥନୀତିର ଅଢ଼େଇ ଗୁଣ ସଙ୍ଗେ ସମାନ। ବିଶ୍ଵର ସୁବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ଦରମା କେତେ ତାହା ଜାଣିବାକୁ ଅନେକଙ୍କ ମନରେ ଉତ୍ସୁକତା ରହିଥିବ ନିଶ୍ଚୟ। ଏବେ ତାଙ୍କ ଦରମା ତଥ୍ୟ ସାମ୍ନାକୁ ଆସିଛି।

ବୈଦ୍ୟୁତିକ ଯାନ ଟେସଲା କମ୍ପାନୀର ଶେୟାର ହୋଲ୍ଡର ବା ଅଂଶୀଦାରମାନେ ନିଜ ସିଇଓ ଏଲନ ମସ୍କଙ୍କ ପାଇଁ ପ୍ରାୟ ୧ ଟ୍ରିଲିଅନ ଡଲାର ପ୍ୟାକେଜର ଦରମାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୮୩୬ ଲକ୍ଷ କୋଟି ଟଙ୍କାରୁ ବି ଅଧିକ। ନିକଟରେ କମ୍ପାନୀର ହୋଇଥିବା ବାର୍ଷିକ ସାଧାରଣ ବୈଠକରେ ଏହି ଦରମା ପ୍ୟାକେଜକୁ ଅନୁମୋଦନ ଦେଇଛନ୍ତି।

Shrutilipi ad