Tejashwiyadav 1068x712

ସରକାର ଗଢ଼ିଲେ ଜାନୁଆରୀ ୧୪ସୁଦ୍ଧା ପ୍ରତି ମହିଳାଙ୍କ ଆକାଉଣ୍ଟରେ ଜମା ହେବ ୩୦ ହଜାର ଟଙ୍କା:ତେଜସ୍ୱୀ

ଦେଶ - ବିଦେଶ

ପାଟନା: ବିହାର ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ନଭେମ୍ବର ୬ତାରିଖରେ ହେବାକୁ ଯାଉଛି । ଏଥିପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହେବ । ଏହା ପୂର୍ବରୁ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ତେଜସ୍ୱୀ ବିହାରର ମା’ ଏବଂ ଭଉଣୀମାନଙ୍କୁ ୩୦,୦୦୦ ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ସେ ମହିଳା ମାନଙ୍କୁ ଗୋଟିଏ ବର୍ଷ ପାଇଁ ଏକକାଳୀନ ରାଶି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଆରଜେଡି ନେତା ଏବଂ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ୱୀ ଯାଦବ କହିଛନ୍ତି ଯେ ସରକାର ଗଠଦ ହେବା ପରେ ମକର ସଂକ୍ରାନ୍ତିରେ ଅର୍ଥାତ୍‌ ଜାନୁଆରୀ ୧୪ରେ ‘ମାଇ ବେହେନ୍‌ ମାନ୍‌ ଯୋଜନା’ ଅଧୀନରେ ଆମେ ମହିଳାଙ୍କ ଆକାଉଣ୍ଟରେ ସାରା ବର୍ଷ ପାଇଁ ୩୦,୦୦୦ ଟଙ୍କା ଜମା କରିବୁ ।

Shrutilipi ad