Modi 2025 11 02 16 25 23

ବିହାର ନିର୍ବାଚନ: ରାଲିରେ ଯୋଗଦେଇ କଂଗ୍ରେସ ଏବଂ ଆରଜେଡିକୁ ସମାଲୋଚନା କଲେ ମୋଦୀ

ଦେଶ - ବିଦେଶ

ବିହାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିହାରର ଆରାରେ ଏକ ନିର୍ବାଚନୀ ରାଲିରେ କଂଗ୍ରେସ ଏବଂ ଆରଜେଡିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଅପରେସନ ସିନ୍ଦୂରର ସଫଳତା ଦେଶର ମନୋବଳକୁ ବୃଦ୍ଧି କରିଥିଲା, କିନ୍ତୁ ବିରୋଧୀ ଦଳଗୁଡ଼ିକ ଏଥିରେ ଖୁସି ନଥିଲେ। ସେ କହିଥିଲେ ଯେ କଂଗ୍ରେସ ଏବଂ ଏହାର ସହଯୋଗୀ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅପରେସନ ସିନ୍ଦୂର ଉପରେ ଅସନ୍ତୁଷ୍ଟ ଥିଲେ। ଗାନ୍ଧୀ ପରିବାର ଉପରେ କଠୋର ଆକ୍ରମଣ କରି ସେ କହିଥିଲେ, “ପାକିସ୍ତାନରେ ବିସ୍ଫୋରଣ ଘଟିଥିଲା, କିନ୍ତୁ କଂଗ୍ରେସ ରାଜପରିବାରର ନିଦ ହଜିଗଲା। ପାକିସ୍ତାନ ଏବଂ କଂଗ୍ରେସର ବଡ଼ ବଡ଼ ନେତାମାନେ ଅପରେସନ ସିନ୍ଦୂରର ଆଘାତରୁ ଏପର୍ଯ୍ୟନ୍ତ ମୁକୁଳି ପାରିନାହାଁନ୍ତି।”

Shrutilipi ad