Nda

ଏନଡିଏର ନିର୍ବାଚନୀ ଇସ୍ତାହାର: କୋଟିଏ ଚାକିରି, କୋଟିଏ ଲକ୍ଷପତି ଦିଦି

ଦେଶ - ବିଦେଶ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି ଏନଡିଏ । ପାଟନାର ହୋଟେଲ ମୌର୍ଯ୍ୟରେ ‘ସଂକଳ୍ପ ପତ୍ର’ପ୍ରକାଶ କରିବା ବେଳେ ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା, ମୂଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝି, କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନ, ବିହାର ନିର୍ବାଚନ ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆରଏମଏଲ ମୁଖ୍ୟ ଉପେନ୍ଦ୍ର କୁଶୱାହା, ସମ୍ରାଟ ଚୌଧୁରୀ, ଦିଲୀପ ଜୟସୱାଲ, ସଞ୍ଜୟ ଝା, ଲଲନ ସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହା ପ୍ରଥମ ଥର ପାଇଁ ଏକ ମିଳିତ ଏନଡିଏ ଇସ୍ତାହାର ପ୍ରକାଶ ହୋଇଛି । ପୂର୍ବରୁ ଦଳ ଗୁଡିକ ପୃଥକ ଭାବରେ ସେମାନଙ୍କର ନିଜସ୍ୱ ଇସ୍ତାହାର ପ୍ରକାଶ କରିଥିଲେ । ଏନଡିଏର ପ୍ରଥମ ମିଳିତ ଇସ୍ତାହାରରେ ପ୍ରଥମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେଉଛି ଯୁବପିଢିଙ୍କ ପାଇଁ ରହିଛି ।

ବିହାରରେ ଏନଡିଏ ସରକାର ଗଠନ ହେଲେ ଯୁବକମାନଙ୍କୁ ୧କୋଟି ଚାକିରି ଚାକିରି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି । ଏହାସହିତ ୧କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ । ଲକ୍ଷପତି ଯୋଜନାରେ ମହିଳାଙ୍କୁ ୨ଲକ୍ଷ ଲେଖାଏଁ ଦିଆଯିବ ।

ନିର୍ବାଚନ ଇସ୍ତାହାର ଘୋଷଣା ହେବା ପୂର୍ବରୁ ବିଜେପି ନେତା ଜେପିଏସ ରାଠୋର କହିଥିଲେ, ଏହା ବିହାରର ବିକାଶ ପାଇଁ ଏକ ଘୋଷଣାପତ୍ର, ଯାହା ମାଧ୍ୟମରେ ବିହାରର ବିକାଶର ନୂଆ କାହାଣୀ ଲେଖାଯିବ । ଆମର ଏନଡିଏ ସରକାର ସମସ୍ତ ପ୍ରତିଶ୍ରୁତି ପୂରଣର ଗ୍ୟାରେଣ୍ଟି ଦେବ । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଗ୍ୟାରେଣ୍ଟି ଦେବେ ଏବଂ ପ୍ରତିଶ୍ରୁତି ପୂରଣ କରିବେ । ଏଠାରେ ମହାଗଠବନ୍ଧନ ସରକାର ଗଠନ କରିବା ନାହିଁ କିମ୍ବା କୌଣସି ପ୍ରତିଶ୍ରୁତି ପାଳନ କରିବ ନାହିଁ ।

Shrutilipi ad