Afghan 2025 10 27 20 07 21

ମୁମ୍ବାଇରୁ ଧରାପଡ଼ିଲେ ୬ ସଂଦିଗ୍ଧ ଆଫଗାନ ନାଗରିକ

ଦେଶ - ବିଦେଶ

ମୁମ୍ବାଇ: ମୁମ୍ବାଇ ପୁଲିସ ସୋମବାର ଛଅ ଜଣ ସଂଦିଗ୍ଧ ଆଫଗାନ ନାଗରିକଙ୍କୁ ଗିରଫ କରିଛି। ସେମାନେ ସମସ୍ତେ ଜାଲ କାଗଜପତ୍ର ଆଧାରରେ ମୁମ୍ବାଇରେ ରହୁଥିଲେ। ପଚରାଉଚରା ସମୟରେ ସେମାନେ କୌଣସି ବୈଧ କାଗଜପତ୍ର ଦେଖାଇ ପାରି ନଥିଲେ, ଯାହା ଫଳରେ ପୁଲିସ ସେମାନଙ୍କୁ ଗିରଫ କରିଛି ବୋଲି ମୁମ୍ବାଇ ପୁଲିସର ଜଣେ ଅଧିକାରୀ ସୋମବାର ଏହା ପ୍ରକାଶ କରିଛନ୍ତି। ସମସ୍ତ ଆଫଗାନ ନାଗରିକଙ୍କୁ ଚିହ୍ନଟ କରାଯାଇଛି। ପୁଲିସ କହିଛି ଯେ ସେମାନଙ୍କୁ ଖୁବ୍ ଶୀଘ୍ର ଆଫଗାନୀସ୍ତାନକୁ ପଠାଇ ଦିଆଯିବ।

ମୁମ୍ବାଇ ପୁଲିସର ଜଣେ ଅଧିକାରୀ ଘଟଣା ବିଷୟରେ ସୂଚନା ପ୍ରଦାନ କରି କହିଛନ୍ତି ଯେ କ୍ରାଇମ ବ୍ରାଞ୍ଚ ଦଳ ରବିବାର ଦକ୍ଷିଣ ମୁମ୍ବାଇର କୋଲାବା ଅଞ୍ଚଳ ଏବଂ ଧାରାଭିରେ ଅପରେସନ କରିଥିଲେ। ଏଠାରୁ ମୋଟ ଛଅ ଜଣ ଆଫଗାନ ନାଗରିକଙ୍କୁ ଗିରଫ କରାଯାଇଛି। ପୁଲିସ କହିଛି ଯେ ଅଭିଯୁକ୍ତମାନେ କନ୍ଦାହାରର ବାସିନ୍ଦା ଅବଦୁଲ ସମଦ ହାଜି ଅହମଦ ଜାଇ ନାଓରୋଜି (୪୭), ମହମ୍ମଦ ରସୁଲ କମାଲୁଦ୍ଦିନ ଖାକସର (୨୪), ଜିଆ ଉଲ ହକ୍ ଅହମଦି (୩୬), ଅସଦ ଖାନ ତାରା କାଇ (୩୬), ମହମ୍ମଦ ଇବ୍ରାହିମ ଗଜନଭି (୩୬) ଏବଂ ଜାବୁଲ ପ୍ରଦେଶର ବାସିନ୍ଦା ଅମିଲ ଉଲ୍ଲା (୪୮) ବୋଲି ଚିହ୍ନଟ ହୋଇଛନ୍ତି।

Shrutilipi ad