ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଆସନ୍ତା ନଭେମ୍ବର ୧ରୁ କାର୍ଯ୍ୟକ୍ଷମ ହେବ ଭୈରବ ବାଟାଲିୟନ । ପ୍ରଥମ ଥର ପାଇଁ ଆସନ୍ତା ମାସ ୧ ତାରିଖରେ ଗୋଟିଏ ବାଟାଲିୟନ ମୁତୟନ ହେବ। ଏନେଇ ସୂଚନା ଦେଇଛନ୍ତି ପଦାତିକ ବାହିନୀର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଅଜୟ କୁମାର । ଭାରତୀୟ ସେନାର କ୍ଷମତାକୁ ଆହୁରି ବୃଦ୍ଧି କରିବା ପାଇଁ, ଆଗାମୀ ଛଅ ମାସ ମଧ୍ୟରେ ଏପରି ୨୫ଟି ବାଟାଲିୟନ୍ ବୃଦ୍ଧି କରିବାକୁ ପ୍ରସ୍ତୁତି ଚାଲିଛି। ପ୍ରତ୍ୟେକ ବାଟାଲିୟନ୍ରେ ପଦାତିକ ବାହିନୀ, ତୋପ, ସିଗନାଲ ଏବଂ ବାୟୁ ପ୍ରତିରକ୍ଷା ସମେତ ବିଭିନ୍ନ ଶାଖାରୁ ୨୫୦ ଜଣ କର୍ମଚାରୀ ରହିବେ।

