Capture 9 1068x598

ରୁଷଠୁ ଏସ-୪୦୦ ମିସାଇଲ କିଣିବ ଭାରତ

ଦେଶ - ବିଦେଶ

ନୂଆଦିଲ୍ଲୀ: ଭାରତ ରୁଷଠୁ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ପାଇଁ ବଡ ସଂଖ୍ୟାରେ ମିସାଇଲ୍ କ୍ରୟ କରିବାକୁ ପ୍ରସ୍ତୁତ ହେଉଛି। ପ୍ରାୟ ୧୦ ହଜାର କୋଟି ଟଙ୍କାରେ ଏହି ଚୁକ୍ତି ହେବ ବୋଲି ସୂଚନା ରହିଛି। ଏସ-୪୦୦ ସିଷ୍ଟମକୁ ପାକିସ୍ତାନ ବିରୁଦ୍ଧରେ ବ୍ୟବହାର କରିସାରିଛି ଭାରତ। ଏସ-୪୦୦କୁ ଗେମ୍ ଚେଞ୍ଜର ଭାବେ ସାବ୍ୟସ୍ତ ହୋଇସାରିଛି।

ବାୟୁସେନା ନିଜ ଏୟାର ଡିଫେନ୍ସ କ୍ଷମତାକୁ ଅଧିକ ମଜଭୁତ କରିବା ପାଇଁ ମିସାଇଲ୍ କ୍ରୟ କରିବାକୁ ଚାହୁଁଛି। ଏହି ଚୁକ୍ତି ନେଇ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି। ଏହି ଚୁକ୍ତି ସଫଳ ହେଲେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ମଧ୍ୟ ଅଧିକ ମଜଭୁତ ହେବ। ରୁଷଠୁ ପୂର୍ବରୁ ୩ଟି ଏସ-୪୦୦ ସ୍କ୍ବାଡ୍ରନ ଆଣିଥିବା ଭାରତ ଏହି ସଂଖ୍ୟା ମଧ୍ୟ ବଢାଇବାକୁ ଯୋଜନା ରଖିଛି। ଚତୁର୍ଥ ସ୍କ୍ବାଡ୍ରନ୍ ଚୁକ୍ତି ପୂର୍ବରୁ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଫଳରେ ଏହି ଚୁକ୍ତି ଅଟକି ଯାଇଥିଲା। ଏବେ ଭାରତ ଆଉ ୨ ସ୍କ୍ବାଡ୍ରନ୍ ମଗାଇଛି। ଉଭୟ ଦେଶ ମଧ୍ୟରେ ଏସ-୫୦୦ ଏୟାର ଡିଫେନ୍ସ ସିଷ୍ଟମକୁ ନେଇ ମଧ୍ୟ ଆଲୋଚନା ଚାଲିଛି।

Shrutilipi ad