Jyanesh kumar 1068x601

ନଭେମ୍ବର ୬ ଓ ୧୧ରେ ହେବ ବିହାର ନିର୍ବାଚନ, ୧୪ରେ ଫଳାଫଳ

ଦେଶ - ବିଦେଶ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୬ ଏବଂ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ। ୧୪ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ। ସୋମବାର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଚଳିତ ଥର ବିହାରରେ ସ୍ଵତନ୍ତ୍ର ପୁଙ୍ଖାନୁପୁଙ୍ଖ ପୁନଃନିରୀକ୍ଷଣ(ଏସଆଇଆର) କାର୍ଯ୍ୟକାରୀ ହୋଇ ସଂଶୋଧିତ ମତଦାତା ତାଲିକା ପ୍ରକାଶ କରାଯାଇଛି।

ବିହାରରେ ୨୪୩ ବିଧାନସଭା ଆସନ ରହିଛି। ପର୍ଯ୍ୟାୟକ୍ରମେ ଏସବୁ ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ବର୍ତ୍ତମାନ ବିହାରରେ ନିତିଶ କୁମାରଙ୍କ ସରକାର ରହିଛି। ନିତିଶ କୁମାରଙ୍କ ଜେଡିୟୁ ଏବଂ ବିଜେପି ମେଣ୍ଟ ସରକାର ରାଜ୍ୟରେ ଶାସନ କରୁଛି।

ଚଳିତ ନିର୍ବାଚନରେ ମୋଟ ୭ କୋଟି ୪୨ ଲକ୍ଷ ଭୋଟର ମତଦାନ କରିବେ। ସେମାନଙ୍କ ମଧ୍ୟରେ ପୁରୁଷ ମତଦାତାଙ୍କ ସଂଖ୍ୟା ୩ କୋଟି ୯୨ ଲକ୍ଷ ଏବଂ ମହିଳା ମତଦାତାଙ୍କ ସଂଖ୍ୟା ୩ କୋଟି ୫୦ ଲକ୍ଷ। ନିର୍ବାଚନ ପାଇଁ ୯୦ ହଜାର ୭୧୨ ମତଦାନ କେନ୍ଦ୍ର ହୋଇଛି। ୧୪ ଲକ୍ଷ ଭୋଟର ପ୍ରଥମ ଥର ଲାଗି ମତଦାନ କରିବେ। ୧୪ ହଜାର ଶତାୟୁ ଭୋଟର ରହିଛନ୍ତି।

Shrutilipi ad