Saturday, March 07, 2026
Images

ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଟ୍ରମ୍ପ୍‌ଙ୍କ ପାଇଁ ଅଟକାଇଲା ଆମେରିକା ପୁଲିସ

ଦେଶ - ବିଦେଶ

ୱାଶିଂଟନ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ କାରକୁ ଆମେରିକା ପୁଲିସ ଅଟକାଇଥିଲା । ସେ ଜାତିସଂଘ ସାଧାରଣ ପରିଷଦରେ ଯୋଗଦେବା ପାଇଁ ନ୍ୟୁୟର୍କରେ ପହଞ୍ଚିଥିଲେ। ଡୋନାଲ୍ଡ ଟ୍ରମ୍ପ୍‌ଙ୍କ କାରକାଡେକୁ ଦୃଷ୍ଟିରେ ରଖି ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, ଯାହା ଫଳରେ ମାକ୍ରନ ରାସ୍ତାକୁ ଓହ୍ଲାଇ ଟ୍ରାଫିକ ପୁଲିସ ଅଧିକାରୀଙ୍କ ସହ କଥା ହୋଇଥିଲେ। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଇରାଲ ଭିଡିଓରେ, ଜଣେ ଅଧିକାରୀ ଟ୍ରମ୍ପ୍‌ଙ୍କ କାରକାଡେ ସେହି ରାସ୍ତାରେ ଆସୁଥିବା କହିଥିଲେ। ସେ ମାକ୍ରୋନଙ୍କ ସହ କଥା ହେଉଥିବାର ଦେଖାଯାଉଛି, ମାକ୍ରୋନଙ୍କୁ ରାସ୍ତା ବନ୍ଦ କରିବାକୁ ଅନୁରୋଧ କରୁଛନ୍ତି। ଏହା ପରେ, ମାକ୍ରୋନଙ୍କୁ ଫୋନ୍‌ରେ କାହା ସହିତ କଥା ହେଉଥିବାର ଦେଖାଯାଉଛି। କୁହାଯାଉଛି ଯେ, ମାକ୍ରୋନ ଏହି ଫୋନ ଆମେରିକା ରାଷ୍ଟ୍ରପତିଙ୍କୁ କରିଥିଲେ। ମାକ୍ରନ ଟ୍ରମ୍ପଙ୍କୁ ଫୋନ୍ କରି ତାଙ୍କୁ ପରିହାସ ମଧ୍ୟ କରିଥିଲେ।

ଏହା ପରେ ମାକ୍ରନ୍ ନ୍ୟୁୟର୍କର ରାସ୍ତାରେ ଠିଆ ହୋଇଥିବା ଲୋକଙ୍କ ସହ କଥାବାର୍ତ୍ତା କରିବା ଆରମ୍ଭ କରିଥିଲେ। ସେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ତେବେ ନ୍ୟୁୟର୍କ ପୁଲିସ ବିଭାଗ ଏହି ଘଟଣା ଉପରେ କୌଣସି ବିବୃତି ଜାରି କରିନାହିଁ।

ଇମାନୁଏଲ ମାକ୍ରନ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଯୋଗଦେବା ପାଇଁ ନ୍ୟୁୟର୍କରେ ପହଞ୍ଚିଛନ୍ତି। ବୈଠକର ପ୍ରଥମ ଦିନରେ ସେ ପାଲେଷ୍ଟାଇନକୁ ସ୍ୱୀକୃତି ଦେବାର ଘୋଷଣା କରିଛନ୍ତି। ଫ୍ରାନ୍ସ ଜାତିସଂଘର ସ୍ଥାୟୀ ସଦସ୍ୟ। ଏଥର ଜାତିସଂଘ ବୈଠକରେ ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, ପାଲେଷ୍ଟାଇନ ଏବଂ ସିରିଆ ଉପରେ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଉଛି।

ଏହି ବୈଠକରେ ସାରା ବିଶ୍ୱ ଫ୍ରାନ୍ସ ଉପରେ ନଜର ରଖିଛି କାରଣ ଫ୍ରାନ୍ସ ହେଉଛି ୟୁରୋପର ପ୍ରଥମ ଦେଶ ଏବଂ ଜାତିସଂଘର ସ୍ଥାୟୀ ସଦସ୍ୟ। ଫ୍ରାନ୍ସ ପାଲେଷ୍ଟାଇନକୁ ଏକ ପୃଥକ ଦେଶ ଭାବରେ ମାନ୍ୟତା ଦେବାକୁ ଘୋଷଣା କରିଛି।

Shrutilipi ad