Railways water sixteen nine 1068x601

ପ୍ୟାକେଜ୍ ପାନୀୟ ଜଳର ଦର ହ୍ରାସ କଲା ରେଳବାଇ

ଦେଶ - ବିଦେଶ

ନୂଆଦିଲ୍ଲୀ : ଜିଏସଟି ହ୍ରାସର ଲାଭ ସିଧାସଳଖ ଗ୍ରାହକଙ୍କୁ ପ୍ରଦାନ କରିବା ପାଇଁ ରେଳ ମନ୍ତ୍ରଣାଳୟ ଟ୍ରେନ୍ ଏବଂ ରେଳ ପରିସରରେ ଉପଲବ୍ଧ ପ୍ୟାକେଜ୍ ପାନୀୟ ଜଳର ସର୍ବାଧିକ ଖୁଚୁରା ମୂଲ୍ୟ ହ୍ରାସ କରିବା ବିଷୟ ଘୋଷଣା କରିଛି । ପ୍ୟାକେଜ୍ ପାନୀୟ ଜଳ ବୋତଲ, ରେଲ୍ ନୀର ଏବଂ ଅନ୍ୟ ସମସ୍ତ ବ୍ରାଣ୍ଡର ଏକ ଲିଟରର ମୂଲ୍ୟ ପୂର୍ବରୁ ୧୫ ଟଙ୍କା ଥିବା ବେଳେ ଏବେ ଜିଏସଟି ହ୍ରାସ ପରେ ୧୪ ଟଙ୍କା ହୋଇଛି। ସେହିପରି, ୫୦୦ ମିଲିଲିଟରର ବୋତଲର ମୂଲ୍ୟ ପୂର୍ବରୁ ୧୦ ଟଙ୍କା ଥିବାବେଳେ ଏବେ ଏହାକୁ ୯ ଟଙ୍କାକୁ ହ୍ରାସ କରାଯାଇଛି। ପାଣି ବୋତଲର ସଂଶୋଧିତ ମୂଲ୍ୟ ଚଳିତ ମାସ ୨୨ ତାରିଖରୁ ଲାଗୁ ହେବ।

Shrutilipi ad