Img 20250915 225219 750x430

୧୧ ବର୍ଷର ପୁଅକୁ ଧରି ୧୩ ମହଲାରୁ ଡେଇଁଲେ ମହିଳା

ଦେଶ - ବିଦେଶ

ନୂଆଦିଲ୍ଲୀ: ଗ୍ରେଟର ନୋଏଡାର ଏସ ସିଟି ସୋସାଇଟିର ୧୩ ମହଲାରୁ ୩୭ ବର୍ଷୀୟା ମହିଳା ସାକ୍ଷୀ ଚାୱଲାଙ୍କ ସହ ତାଙ୍କ ୧୧ ବର୍ଷୀୟ ଦିବ୍ୟାଙ୍ଗ ପୁଅ ଡେଇଁ ଜୀବନ ହାରିଥିବା ଅଭିଯୋଗ ହୋଇଛି।

ସକାଳ ପ୍ରାୟ ୧୦ଟା ସମୟରେ ସ୍ଥାନୀୟ ଲୋକମାନେ ଦୁହିଁଙ୍କ  ଚିତ୍କାର ଶୁଣି ସେମାନଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ସୂଚନା ପାଇ ବିସରାଖ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଗୁଡ଼ିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା।

ତେବେ ଫ୍ଲାଟ ଭିତରେ ପୋଲିସ ଏକ ସୁଇସାଇଡ ନୋଟ ପାଇଥିଲା ଯାହାକି ତାଙ୍କ ସ୍ୱାମୀ ଦର୍ପଣ ଚାୱଲାଙ୍କ ନାମରେ ଲେଖା ଯାଇଥିଲା। ସେଥିରେ ଲେଖାଥିଲା ଯେ ଆମେ ତୁମକୁ ଆଉ କଷ୍ଟ ଦେବାକୁ ଚାହୁଁନାହୁଁ ତେଣୁ ଆମେ ଏ ଦୁନିଆ ଛାଡି ଯାଉଛୁ। ଏଥିସହିତ ସେମାନଙ୍କ ଉପସ୍ଥିତିରେ ତାଙ୍କ ସ୍ଵାମୀ ନିଜ ଜୀବନକୁ ନଷ୍ଟ ନ କରନ୍ତୁ ଓ ସେମାନଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ମଧ୍ୟ ସେଥିରେ ଲେଖାଥିବା ନେଇ ଜଣାପଡ଼ିଛି।

ସାକ୍ଷୀଙ୍କ ପୁଅ ଦୀର୍ଘ ଦିନ ଧରି ମାନସିକ ରୋଗରେ ପିଡୀତ ଥିଲେ ଓ ସମ୍ପୂର୍ଣ୍ଣ ଭାବରେ ଔଷଧ ଉପରେ ନିର୍ଭରଶୀଳ ଥିଲେ।ଅନେକ ଡାକ୍ତରଙ୍କ ସହିତ ପରାମର୍ଶ ସତ୍ତ୍ୱେ ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନଥିଲା। ଏହାକୁ ନେଇ ସାକ୍ଷୀ ପ୍ରାୟ ସମୟରେ ଚିନ୍ତାରେ ରହୁଥିଲେ। ତେବେ ଶନିବାର ସକାଳେ ଚାଟାର୍ଡ ଆକାଉଣ୍ଟାଣ୍ଟ ଦର୍ପଣ ସାକ୍ଷୀଙ୍କୁ ତାଙ୍କ ପୁଅକୁ ଔଷଧ ଦେବାକୁ କହିଥିଲେ। ଔଷଧ ଦେବା ପରେ ସାକ୍ଷୀ ବାଲକୋନିକୁ ଯାଇଥିଲେ ଓ କିଛି ସମୟ ପରେ ଉଭୟଙ୍କ ମୃତ୍ୟୁ ହୋଇଥିଲା।

ତେବେ ପୁଅ ମାନସିକ ସ୍ତରରେ ଦୁର୍ବଳ ଥିବାରୁ ମା ଚାପରେ  ରହୁଥିବା ନେଇ ଏଡିସିପି ସେଣ୍ଟ୍ରାଲ ନୋଏଡା ଶାବ୍ୟ ଗୋୟଲ କହିଛନ୍ତି।

Shrutilipi ad