Saturday, March 07, 2026
Images (1)

ସୁଶୀଳା ହେଲେ ନେପାଳର ଅନ୍ତରୀଣ ନେତ୍ରୀ

ଦେଶ - ବିଦେଶ

କାଠମାଣ୍ଡୁ: ନୂଆ ମୋଡ଼ ନେଇଛି ନେପାଳ ରାଜନୀତି। ହିଂସା ଭିତରେ ଯେତେବେଳେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଉଭୟ ଗତକାଲି ଇସ୍ତଫା ଦେଇ ସାରିଛନ୍ତି ତ ଦେଶକୁ ଏବେ ସମ୍ଭାଳିବ କିଏ? ହେଲେ ଆମେ ଜଣାଇ ଦେବାକୁ ଚାହୁଁଛୁ ଯେ ଦେଶ ଏବେ ତା’ର ନୂଆ ନେତ୍ରୀଙ୍କୁ ସ୍ବାଗତ କରିିଛି।

ଦେଶରେ ଲାଗି ରହିଥିବା ସମସ୍ୟା ମଧ୍ୟରେ ଜେନ୍‌ ଜେଡ୍‌ ଆନ୍ଦୋଳନକାରୀମାନେ ଏକ ଭର୍ଚୁଆଲ୍‌ ବୈଠକ ଡାକିଥିଲେ। ଏହି ଅନ୍‌ଲାଇନ୍‌ ବୈଠକରେ ପ୍ରାୟ ୫୦୦୦ରୁ ଅଧିକ ଯୁବକ ଅଂଶ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକ‌ାଂଶ ଭୋଟ୍‌ ଗଲା ପୂର୍ବ ନ୍ୟାୟାଧୀଷ ସୁଶୀଳା କାର୍କୀଙ୍କ ଆଡ଼କୁ। ‌ସର୍ବସମ୍ମତିକ୍ରମେ ସେ ହିଁ ଏବେ ଦେଶର ଦାୟିତ୍ବ ତୁଲାଇବେ।

ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା ଦେଶର ଅନ୍ତରୀଣ ସରକାର ବନିଛନ୍ତି। ଆୟୋଜିତ ଅନଲାଇନ୍ ଆଲୋଚନା ମୁଖ୍ୟତଃ ଶୀର୍ଷ ପଦବୀ ପାଇଁ ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ଉପରେ କେନ୍ଦ୍ରିତ ହୋଇଥିଲା। କାଠମାଣ୍ଡୁ ମେୟର ବାଲେନ ଶାହଙ୍କୁ ପ୍ରାରମ୍ଭରେ ପ୍ରିୟ ଭାବରେ ଦେଖାଯାଉଥିଲେ ମଧ୍ୟ, ଅଂଶଗ୍ରହଣକାରୀମାନେ କହିଛନ୍ତି ଯେ ସେ ତାଙ୍କ ସହିତ ଯୋଗାଯୋଗ କରିବାକୁ ବାରମ୍ବାର ଚେଷ୍ଟା କଲେ ମଧ୍ୟ ସେ ଉତ୍ତର ଦେଇ ନଥିଲେ। ଫଳରେ ବାଧ୍ୟ ହୋଇ ସେମାନେ ସୁଶୀଳଙ୍କୁ ବାଛିଥିଲେ।

ନେପାଳୀ ଗଣମାଧ୍ୟମରେ ଜେନ୍‌ ଜେଡ୍‌ ପ୍ରତିନିଧୀଙ୍କ ପକ୍ଷରୁ କୁହାଯାଇଛି ଯେ ‘‘ବାଲେନ ଶାହ ଆମର ଫୋନ୍ ନଉଠାଇବାରୁ ଆଲୋଚନା ଅନ୍ୟ ଦିଗକୁ ସ୍ଥାନାନ୍ତରିତ ହେଲା। ସର୍ବାଧିକ ସମର୍ଥନ ସୁଶୀଳା କାର୍କୀଙ୍କୁ ମିଳିଛି,”।

ସୂଚନା ରହିଛି ଯେ ପୂର୍ବରୁ କାର୍କୀଙ୍କୁ ଏହି ପ୍ରସ୍ତାବ ଦିଆଯାଇଥିଲା ଏବଂ ସେ ସମର୍ଥନ ସ୍ୱରୂପ ଅତି କମରେ ୧୦୦୦ ଜଣଙ୍କ ଲିଖିତ ଦସ୍ତଖତ ମାଗିଥିଲେ। ସୂତ୍ର ଅନୁସାରେ, ସେ ଏବେ ଚାହିଦାଠାରୁ ଅଧିକ; ଅର୍ଥାତ ୨୫୦୦ରୁ ଅଧିକ ଦସ୍ତଖତ ହାସଲ କାର୍କୀଙ୍କ ସପକ୍ଷରେ ମିଳିଛି।

Shrutilipi ad