Paudel 1068x601

ପଦ ଛାଡ଼ିଲେ ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପଉଡେଲ

ଦେଶ - ବିଦେଶ

ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପଉଡେଲ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଇସ୍ତଫା ପରେ ବି ଦେଶର ମାହୋଲ ଶାନ୍ତ ନ ପଡ଼ିବାରୁ ଶେଷରେ ରାଷ୍ଟ୍ରପତି ପଉଡେଲ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ଫଳରେ ବର୍ତ୍ତମାନ ଦେଶର ସେନା ମୁଖ୍ୟଙ୍କ ହାତକୁ କ୍ଷମତା ହସ୍ତାନ୍ତର ହୋଇପାରେ। ନୂଆ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ସେନା ମୁଖ୍ୟ କ୍ଷମତାରେ ରହିବେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ନେପାଳ ସରକାର ଫେସବୁକ, ୟୁଟ୍ୟୁବ, ଇନଷ୍ଟାଗ୍ରାମ, ହ୍ବାଟ୍ସଆପ ସମେତ ୨୬ଟି ସାମାଜିକ ଗଣମାଧ୍ୟମ ଆପ୍‌କୁ ନିଷିଦ୍ଧ ଘୋଷଣା କରିବା ପରେ ଦେଶରେ ହିଂସା ସୃଷ୍ଟି ହୋଇଛି। ସରକାର ହିଂସାକୁ ଦମନ କରିବା ଲାଗି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଯାହାଫଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨୦ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିଲା। ୪୦୦ରୁ ଅଧିକ ଲୋକ ଆହତ ହୋଇଥି​ଲେ। ଯାହାକୁ ନେଇ ଆନ୍ଦୋଳନ ତୀବ୍ର ହୋଇଥିଲା ଏବଂ ବାଧ୍ୟହୋଇ ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା।

Shrutilipi ad