Screenshot 2025 09 04 100837

ପୋଲିସ-ନକ୍ସଲ ଗୁଳି ବିନିମୟ, ୨ ଯବାନ ସହିଦ, ଜଣେ ଗୁରୁତର

ଦେଶ - ବିଦେଶ

ରାଞ୍ଚି: ବୁଧବାର ବିଳମ୍ବିତ ରାତିରେ ପାଲାମୁ (Palamu)ଜିଲ୍ଲାର ମାନତୁ ଥାନା ଅଞ୍ଚଳର କେଦଲ ଜଙ୍ଗଲରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ (Naxal Encounter) ହୋଇଥିଲା। ଏହି ସମୟରେ ପାଲାମୁ ପୋଲିସର ଦୁଇ ସାହସୀ ଯବାନ ସୁନୀଲ ରାମ ଏବଂ ସାନ୍ତାନ ମେହେଟା ସହିଦ ହୋଇଛନ୍ତି ଓ ଜିଲ୍ଲା ପୋଲିସ ବାହିନୀର ଜଣେ ଯବାନ ରୋହିତ କୁମାର ଗୁରୁତର ହୋଇଛନ୍ତି। ଗୁରୁତର ଯବାନ ମେଦିନିରାୟ ମେଡିକାଲ କଲେଜ ଏବଂ ହସ୍ପିଟାଲ(Medinirai Medical College and Hospital)ରେ ଚିକିତ୍ସାଧୀନ ଅଛନ୍ତି।

ପାଲାମୁ ଏସପି ରିଷମା ରମେଶନ ଏହି ଗୁଳି ବିନିମୟର ସୂଚନା ଦେଇଛନ୍ତି । ବର୍ତ୍ତମାନ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ସୂଚନାଥାଉକି,ପାଲାମୁ ପୋଲିସ ଟିଏସପିସି (TSPC) କମାଣ୍ଡର ଶଶିକାନ୍ତ ଗଞ୍ଜୁଙ୍କ ବିରୋଧରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କମାଣ୍ଡର ଶଶିକାନ୍ତ​​ ମୁଣ୍ଡ ଉପରେ ୧୦ ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଛି। ସର୍ଚ୍ଚ ଅପରେସନ ସମୟରେ ପୋଲିସ ମାନତୁ ଥାନା ଅଞ୍ଚଳର କେଦଲ ଗାଁରେ ପହଞ୍ଚିଥିଲା। ସେଠାରେ କମାଣ୍ଡର ଶଶିକାନ୍ତ ଗଞ୍ଜୁର ଘର ମଧ୍ୟ ରହିଛି । ଏହି ସମୟରେ ପୋଲିସ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏନକାଉଣ୍ଟରରେ ତିନି ଜଣ ପୋଲିସ କର୍ମଚାରୀଙ୍କୁ ଗୁଳି ବାଜିଥିଲା । ଏହା ପରେ ସମସ୍ତଙ୍କୁ ମେଦିନିରାୟ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ଅଣାଯାଇଥିଲା। ଯେଉଁଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଜଣେ ଗୁରୁତର କର୍ମଚାରୀଙ୍କ ଚିକିତ୍ସା ହସ୍ପିଟାଲରେ ଚାଲିଛି।

ସୂଚନାଥାଉକି, ସର୍ଚ୍ଚ ଅପରେସନ ସମୟରେ ଶଶିକାନ୍ତ ଗଞ୍ଜୁର ଘରଠାରୁ ପ୍ରାୟ ୧୦୦ ମିଟର ଦୂରରେ ଏହି ଏନକାଉଣ୍ଟର ହୋଇଥିଲା। କେଦଲ ଜଙ୍ଗଲରେ ନକ୍ସଲମାନଙ୍କ ଏକତ୍ରିତ ହୋଇଛନ୍ତି ଏବଂ ସେମାନେ ଏକ ବଡ଼ ଧରଣର ଆକ୍ରମଣ ଘଟାଇବାକୁ ଯୋଜନା କରୁଥିବାର ଗୁପ୍ତ ସୂଚନା ପୋଲିସକୁ ମିଳିଥିଲା ​।

 

Shrutilipi ad