ନୂଆଦିଲ୍ଲୀ: ଚୀନରେ ଭାରତ ଏବଂ ରୁଷ ମଧ୍ୟରେ ବନ୍ଧୁତା ଦେଖି ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବେ ନରମିଛନ୍ତି । ରୁଷ ସହ ବି ନିଜର ସଂପର୍କକୁ ଭାରତ ଭଳି କରିବାକୁ ବନ ବଳାଇଛନ୍ତି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ସମୟରେ ସେ କହିଥିଲେ ଯେ ପାକିସ୍ତାନ ମଧ୍ୟ ରୁଷ ସହିତ ଦୃଢ଼ ସମ୍ପର୍କ ଚାହୁଁଛି। ତେବେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଏବଂ ରୁଷ ରାଷ୍ଟ୍ରପତି SCO ସମ୍ମିଳନୀରେ ଯୋଗଦେବା ପାଇଁ ଚୀନରେ ଉପସ୍ଥିତ ଥିଲେ।
ଆଉ ମିଟିଂ ସମୟରେ ଶହବାଜ ସରିଫ ପୁଟିନଙ୍କୁ କହିଥିଲେ, ଭାରତ ସହିତ ତୁମର ସମ୍ପର୍କକୁ ସମ୍ମାନ କରାଯାଏ କିନ୍ତୁ ଆମେ ରୁଷ ସହିତ ମଧ୍ୟ ଦୃଢ଼ ସମ୍ପର୍କ ଚାହୁଁ । ସରିଫ କହିଛନ୍ତି, ମୁଁ କହିବାକୁ ଚାହୁଁଛି ଯେ ଆମେ ଭାରତ ସହିତ ତୁମର ସମ୍ପର୍କକୁ ସମ୍ମାନ କରୁ। ଏହା ସମ୍ପୂର୍ଣ୍ଣ ଠିକ୍। କିନ୍ତୁ ଆମେ (ରୁଷ ସହିତ) ବହୁତ ଦୃଢ଼ ସମ୍ପର୍କ ମଧ୍ୟ ଗଠନ କରିବାକୁ ଚାହୁଁଛୁ ଏବଂ ଏହି ସମ୍ପର୍କଗୁଡ଼ିକ ଅଞ୍ଚଳର କଲ୍ୟାଣ, ପ୍ରଗତି ଏବଂ ସମୃଦ୍ଧି ପାଇଁ ପରିପୂରକ ହେବ । ସରିଫ ପୁଟିନଙ୍କୁ କହିଥିଲେ, ଗତ କିଛି ବର୍ଷ ଧରି ଆମର ସମ୍ପର୍କରେ ସ୍ଥିର ଉନ୍ନତି ଆସିଛି। ଅନେକ କ୍ଷେତ୍ରରେ ଆପଣଙ୍କ ପ୍ରତିବଦ୍ଧତା ଏବଂ ଆଗ୍ରହ ପାଇଁ ଧନ୍ୟବାଦ। ମୁଁ ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ନିର୍ଣ୍ଣାୟକ ଭାବରେ ମଜବୁତ କରିବାକୁ ଚାହୁଁଛି ।

