Earthquake 2

୮୦୦ ଟପିଲା ଆଫଗାନିସ୍ତାନ ଭୂକମ୍ପ ମୃତ୍ୟୁ ସଂଖ୍ୟା, ୧୩୦୦ ଆହତ

ଦେଶ - ବିଦେଶ

ଆଫଗାନିସ୍ତାନରେ ଶକ୍ତିଶାଳୀ ଭୂମିକମ୍ପ ପ୍ରଭାବରେ ମୃତ୍ୟୁ ସଂଖ୍ୟା ୮୦୦ ଅତିକ୍ରମ କରିଛି। ୧୩୦୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଚାଲିଛି।

ରବିବାର ବିଳମ୍ବିତ ରାତି ପ୍ରାୟ ୧୧ଟା ୪୭ରେ ପାକିସ୍ତାନ ସୀମା ସଂଲଗ୍ନ ପୂର୍ବ ଆଫଗାନିସ୍ତାନରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬ ରହିଥିଲା। ରାତି ସମୟରେ ଭୂକମ୍ପ ହେବାରୁ ଏତେ ସଂଖ୍ୟାରେ ମୃତ୍ୟୁ ଘଟିଥିବା କୁହାଯାଉଛି।

ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଅକେନ ଗାଁ ନିଶ୍ଚିହ୍ନ ହୋଇଯାଇଛି। ବହୁ କୋଠା ଧୂଳିସାତ ହୋଇଯାଇଛି। ଭୂକମ୍ପ ସମୟର ଅନେକ ଦୃଶ୍ୟ ଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟରେ ପ୍ରଘଟ ହେବାରେ ଲାଗିଛି। ଭୂପୃଷ୍ଠରୁ ୮ କିଲୋମିଟର ଗଭୀରରେ ଭୂକମ୍ପର ଉତ୍ପତିସ୍ଥଳ ବୋଲି ଆମେରିକା ଭୂତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ କୁହାଯାଇଛି।

Shrutilipi ad