Nitish 300x169

ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା ; ସରକାରଙ୍କ ବଡ ଘୋଷଣା

ଦେଶ - ବିଦେଶ

ପାଟନା : ମହିଳାଙ୍କ ପାଇଁ ବଡ ଘୋଷଣା। ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ମିଳିବ ୧୦ ହଜାର ଟଙ୍କା। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୨୯ ଅଗଷ୍ଟରେ ଏକ ବଡ ଘୋଷଣା କରିଛନ୍ତି । ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ, କ୍ୟାବିନେଟ୍‌ ବୈଠକରେ ଏକ ନୂଆ ଯୋଜନା ‘ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା’କୁ ସ୍ୱୀକୃତି ଦେଇଛନ୍ତି । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ରାଜ୍ୟର ସମସ୍ତ ପରିବାରର ଜଣେ ମହିଳାଙ୍କୁ ନିଜ ପସନ୍ଦର ରୋଜଗାର ଆରମ୍ଭ କରିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବା ଉଚିତ୍‌ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ନଭେମ୍ବର ୨୦୨୫ରେ ସରକାର ହେବା ପରେ ହିଁ ମହିଳା ସଶକ୍ତିକରଣ ପାଇଁ ବଡ କାର୍ଯ୍ୟ କରାଯିବ। ମହିଳାଙ୍କୁ ସଶକ୍ତ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ ମହିଳା ନିଜର ପରିଶ୍ରମ ଦ୍ୱାରା କେବଳ ବିହାରର ପ୍ରଗତି ପାଇଁ ଯୋଗଦାନ କରିବେ ତାହା ନୁହେଁ ବରଂ ପରିବାରର ଆର୍ଥିକ ସ୍ଥିତିକୁ ମଧ୍ୟ ମଜଭୁତ କରି ପାରିବେ ।
ଆର୍ଥିକ ସହାୟତା ଭାବରେ, ପ୍ରତ୍ୟେକ ପରିବାରର ଜଣେ ମହିଳାଙ୍କୁ ତାଙ୍କ ପସନ୍ଦର ରୋଜଗାର ଆରମ୍ଭ କରିବା ପାଇଁ ପ୍ରଥମ କିସ୍ତି ଭାବରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ଆଗ୍ରହୀ ମହିଳାଙ୍କଠାରୁ ଆବେଦନ ଗ୍ରହଣ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ। ଏହାର ସମ୍ପୂର୍ଣ୍ଣ ବ୍ୟବସ୍ଥା ଏବଂ ପ୍ରକ୍ରିୟା ଗ୍ରାମୀଣ ବିକାଶ ବିଭାଗ ଦ୍ୱାରା ନିର୍ଣ୍ଣୟ କରାଯିବ ଏବଂ ଏଥିପାଇଁ ଆବଶ୍ୟକତା ଅନୁସାରେ ନଗର ଉନ୍ନୟନ ଏବଂ ଗୃହ ନିର୍ମାଣ ବିଭାଗର ମଧ୍ୟ ସାହାଯ୍ୟ ନିଆଯିବ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର ସେପ୍ଟେମ୍ବର ୨୦୨୫ରୁ ଆରମ୍ଭ ହେବ। ମହିଳାମାନେ କାର୍ଯ୍ୟ ଆରମ୍ଭ କରିବାର ୬ ମାସ ପରେ ମୂଲ୍ୟାଙ୍କନ କରିବା ପରେ, ଆବଶ୍ୟକତା ଅନୁସାରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ସହାୟତା ଦିଆଯାଇପାରିବ। ଗାଁରୁ ସହର ପର୍ଯ୍ୟନ୍ତ ମହିଳାମାନଙ୍କ ଉତ୍ପାଦ ବିକ୍ରୟ ପାଇଁ ହାଟ ବଜାର ବିକଶିତ କରାଯିବ। ଏହି ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା କେବଳ ମହିଳାମାନଙ୍କର ସ୍ଥିତି ମଜବୁତ ହେବ ନାହିଁ ବରଂ ରାଜ୍ୟ ଭିତରେ ଉତ୍ତମ ନିଯୁକ୍ତି ସୁଯୋଗ ମଧ୍ୟ ମିଳିବ ଏବଂ ଲୋକଙ୍କୁ ବାଧ୍ୟତାମୂଳକ ଭାବରେ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି ।

Shrutilipi ad