2 180 1756476282938

ରାସ୍ତା ମଝିରେ ଖଣ୍ଡା ଧରି ଗଟକା ପ୍ରଦର୍ଶନ କରୁଥିବା ଶିଖ ଯୁବକଙ୍କୁ ଗୁଳି କରି ହତ୍ୟା କଲା ଆମେରିକା ପୁଲିସ

ଦେଶ - ବିଦେଶ

ୱାଶିଂଟନ ଡିସି: ଆମେରିକାରୁ ଜଣେ ୩୫ ବର୍ଷୀୟ ଶିଖ୍ ଯୁବକଙ୍କୁ ଗୁଳି ମାରି ହତ୍ୟା କଲା ଆମେରିକା ପୁଲିସ। ଆମେରିକା ଲସ୍ ଆଞ୍ଜେଲସ୍‌ରେ ଯୁବକ ଜଣଙ୍କ ରାସ୍ତା ମଝିରେ ପ୍ରାଚୀନ ସାମରିକ କଳା ଗଟକାର ପ୍ରଦର୍ଶନ କରୁଥିବା ସସମୟରେ ପୁଲିସକୁ ଆକ୍ରମଣ କରିବାରୁ ଆମେରିକା ପୁଲିସ ଯୁବକଙ୍କୁ ଗୁଳି କରି ହତ୍ୟା କରିଥିଲା। ଘଟଣା ଜୁଲାଇରେ ଘଟିଥିବା ବେଳେ ଲସ୍ ଆଞ୍ଜେଲସ୍ ପୋଲିସ ବିଭାଗ (LAPD) ଏବେ ଏହାର ଫୁଟେଜ୍ ଜାରି କରିଛି।

ଘଟଣା ସମ୍ପର୍କରେ ପୁଲିସ କହିଛି ଯେ ୩୫ ବର୍ଷୀୟ ଗୁରୁପ୍ରୀତ ସିଂହ ଲସ୍ ଆଞ୍ଜେଲସର ଡାଉନଟାଉନ୍‌ରେ କ୍ରିପ୍ଟୋ.କମ୍ ଆରେନା ନିକଟରେ ଏକ ମାରଣାସ୍ତ୍ର ଧରି ପ୍ରଦର୍ଶନ କରୁଥିଲେ। ହେଲେ ପୁଲିସ ଏପରି ନ କରିବାରୁ ତାଙ୍କୁ ମନା କରିଥିଲା। ହେଲେ ସେ କଥା ନ ମାନି ପୁଲିସ ଉପରେ ଆକ୍ରମଣ କରିବାକୁ ଆସିବାରୁ ପୁଲିସ ତାକୁ ଗୁଳି କରି ହତ୍ୟା କରିଛି। ହେଲେ ପୁଲିସ ଯାହାକୁ ମାରଣା ଅସ୍ତ୍ର କହୁଛି, ତାହା ଏକ ଖଣ୍ଡା। ଗଟକା ପ୍ରଦର୍ଶନ ବେଳେ ଏହି ଖଣ୍ଡାର ସହିତ କରାଯାଏ। ଗଟକା ହେଉଛି ଏକ ପାରମ୍ପରିକ ସାମରିକ କଳା, ଯାହାର ମୂଳ ପଞ୍ଜାବରେ ରହିଛି। ଏଥିରେ ଖଣ୍ଡା, ବର୍ଚ୍ଛା, ଢାଲ ଏବଂ ବାଡ଼ି ସମେତ ବିଭିନ୍ନ ଅସ୍ତ୍ରଶସ୍ତ୍ର ସହିତ ଏହି କଳାର ପ୍ରଦର୍ଶନ କରାଯାଏ। ଏହା ସାଧାରଣତଃ ଶିଖ ଧାର୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରଦର୍ଶନ କରାଯାଏ। ଘଟଣାକୁ ନେଇ ଆମେରିକା ପୁଲିସର କାର୍ଯ୍ୟକରିବାରେ ଶୈଳୀରେ ପ୍ରଶ୍ନ ଛିଡ଼ା ହୋଇଛି।

Shrutilipi ad