Tejaswi

ମହାରାଷ୍ଟ୍ରର ଗଡଚିରୋଲିରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ବିରୋଧରେ ମାମଲା ରୁଜୁ

ଦେଶ - ବିଦେଶ

ମୁମ୍ବାଇ: ଚଳିତ ବର୍ଷ ଶେଷ ସୁଦ୍ଧା ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ରାଜନୀତି ସରଗରମ ହୋଇପଡ଼ିଛି।

ଏହି ପରିପ୍ରେକ୍ଷୀରେ ଲାଲୁ ଯାଦବଙ୍କ ଦଳ ଆରଜେଡିକୁ ବିଜେପି ଟାର୍ଗେଟ କରୁଥିବା ବେଳେ ଆରଜେଡି ନେତା ତେଜସ୍ୱୀ ଯାଦବ ମଧ୍ୟ ଲଗାତାର ବିଜେପି ନେତାମାନଙ୍କୁ ଟାର୍ଗେଟ କରୁଛନ୍ତି। ନିକଟରେ ତେଜସ୍ୱୀ ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ଏବଂ ଅପମାନଜନକ ପୋଷ୍ଟ କରିଥିଲେ। ଯାହାକୁ ନେଇ ମହାରାଷ୍ଟ୍ରର ଗଡଚିରୋଲିର ବିଜେପି ବିଧାୟକ ମିଲିନ୍ଦ ରାମଜୀ ନରୋଟଙ୍କ ଅଭିଯୋଗ କ୍ରମେ ତାଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି।

Shrutilipi ad