Rah

ଚୀନ ଭାରତର ୨୦୦୦ କିମି ଦଖଲ କରିଛି ବୋଲି ଜାଣିଲ କିପରି ? ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ଦେଶ - ବିଦେଶ

ନୂଆଦିଲ୍ଲୀ: ଭାରତ-ଚୀନ ଉତ୍ତେଜନା ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କରିଛନ୍ତି। ରାହୁଲ ୨୦୨୨ ଭାରତ ଯୋଡୋ ଯାତ୍ରା ସମୟରେ ଏହି ବିବାଦୀୟ ବୟାନ ଦେଇଥିଲେ। ଏହି ମାମଲାକୁ ରଦ୍ଦ କରିବା ପାଇଁ ଆସିଥିବା ରାହୁଲଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ। ତଥାପି, ସୁପ୍ରିମକୋର୍ଟ ବର୍ତ୍ତମାନ ଲକ୍ଷ୍ନୌରେ ଚାଲିଥିବା ମାମଲା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି।

ବିଚାରପତି ଦୀପଙ୍କର ଦତ୍ତା ଏବଂ ବିଚାରପତି ଅଗଷ୍ଟିନ ଜର୍ଜ ମାସିହଙ୍କ ଖଣ୍ଡପୀଠ କହିଛନ୍ତି, ‘ଆପଣ କିପରି ଜାଣିଲେ ଯେ ଚୀନ ୨୦୦୦ ବର୍ଗ କିଲୋମିଟର ଭାରତୀୟ ଭୂମି ଦଖଲ କରିଛି? ଆପଣ ସେଠାରେ ଥିଲେ କି? ଆପଣଙ୍କ ପାଖରେ କ’ଣ ପ୍ରମାଣ ଥିଲା? ଯଦି ଆପଣ ଜଣେ ପ୍ରକୃତ ଭାରତୀୟ, ତେବେ ଆପଣ ଏପରି କହିପାରିବେ ନାହିଁ। ଯେତେବେଳେ ସୀମାରେ ସଂଘର୍ଷର ପରିସ୍ଥିତି ସୃଷ୍ଟି ହୁଏ, ସେତେବେଳେ ଉଭୟ ପାର୍ଶ୍ୱର ସେନା କ୍ଷତି ସହିବା ଅସ୍ୱାଭାବିକ ନୁହେଁ।’

ଉଲ୍ଲେଖଯୋଗ୍ୟ ଯେ, ୧୬ ଡିସେମ୍ବର ୨୦୨୨ରେ, ଭାରତ ଯୋଡୋ ଯାତ୍ରା ସମୟରେ, ରାହୁଲ ଗାନ୍ଧୀ ଭାରତ-ଚୀନ୍ ବିବାଦ ଉପରେ ମନ୍ତବ୍ୟ ଦେଇଥିଲେ। ରାହୁଲ ଏକ ଭାଷଣରେ କହିଥିଲେ ଯେ ଚୀନ୍ ସୈନିକମାନେ ଭାରତୀୟ ସୈନିକଙ୍କୁ ମାରୁଛନ୍ତି। ଏହି ବକ୍ତବ୍ୟକୁ ଆଧାର କରି, ସୀମା ସଡ଼କ ସଂଗଠନର ପୂର୍ବତନ ନିର୍ଦ୍ଦେଶକ ଉଦୟ ଶଙ୍କର ଶ୍ରୀବାସ୍ତବ ଲକ୍ଷ୍ନୌରେ ରାହୁଲଙ୍କ ବିରୋଧରେ ଏକ ଫୌଜଦାରୀ ମାନହାନି ମାମଲା ଦାୟର କରିଥିଲେ।

Shrutilipi ad