Don

ପରଲୋକରେ ‘ଡନ୍’ ନିର୍ଦ୍ଦେଶକ, ୫୬ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ ଚନ୍ଦ୍ର ବାରୋଟ

ଦେଶ - ବିଦେଶ

ବଲିଉଡର ଆଇକନିକ ଫିଲ୍ମ ‘ଡନ’ର ନିର୍ଦ୍ଦେଶକ ଚନ୍ଦ୍ର ବାରୋଟଙ୍କର ମୁମ୍ବାଇରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ସେ ଗତ ସାତ ବର୍ଷ ଧରି ପଲମୋନାରୀ ଫାଇବ୍ରୋସିସ ରୋଗରେ ପୀଡିତ ଥିଲେ। ସେ ଗୁରୁ ନାନକ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଏହା ପୂର୍ବରୁ ଜସଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ପତ୍ନୀ ଦୀପା ବାରୋଟ ତାଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛନ୍ତି। ଚନ୍ଦ୍ର ବାରୋଟ ୧୯୭୮ରେ ଅମିତାଭ ବଚ୍ଚନଙ୍କ ଅଭିନୀତ ‘ଡନ’ ଫିଲ୍ମ ନିର୍ଦ୍ଦେଶନା କରି ଭାରତୀୟ ସିନେମାରେ ଏକ ଅବିସ୍ମରଣୀୟ ଛାପ ଛାଡିଥିଲେ। ଏହି ଫିଲ୍ମ ତାଙ୍କ ବନ୍ଧୁ ତଥା ସିନେମାଟୋଗ୍ରାଫର ନରିମାନ ଇରାନୀଙ୍କୁ ଆର୍ଥିକ ସହାୟତା ପାଇଁ ନିର୍ମାଣ କରାଯାଇଥିଲା।

ଫରହାନ ଅଖତର ସୋସିଆଲ ମିଡିଆରେ ଚନ୍ଦ୍ର ବାରୋଟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ଲେଖିଛନ୍ତି, ‘ଡନ’ ର ନିର୍ଦ୍ଦେଶକ ଚନ୍ଦ୍ର ବାରୋଟଙ୍କ ମୃତ୍ୟୁ ଖବର ଶୁଣି ମୁଁ ଦୁଃଖିତ। ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା। ବାରୋଟଙ୍କର ମୃତ୍ୟୁ ବଲିଉଡ ଇଣ୍ଡଷ୍ଟ୍ରୀ ପାଇଁ ଏକ ବଡ଼ କ୍ଷତି।

ଫରହାନ ଅଖତର ବର୍ତ୍ତମାନ ‘ଡନ ୩’ର ନିର୍ଦ୍ଦେଶନା କରୁଛନ୍ତି। ନିର୍ଦ୍ଦେଶକ ଭାବେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ବାରୋଟ ମନୋଜ କୁମାରଙ୍କ ଅନେକ ଚଳଚ୍ଚିତ୍ର ଯଥା ‘ପୂରବ ଔର ପଶ୍ଚିମ’, ‘ଶୋର’, ଏବଂ ‘ରୋଟି କପଡ଼ା ଔର ମକାନ’ ରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଯଦିଓ ତାଙ୍କ ଦ୍ବାରା ନିର୍ଦ୍ଦେଶିତ ଅନ୍ୟ ଚଳଚ୍ଚିତ୍ର ଯେପରି ‘ଆଶ୍ରିତା’ (୧୯୮୯) ଏବଂ ‘ପ୍ୟାର ଭରା ଦିଲ’ (୧୯୯୧) ସେହି ସଫଳତା ହାସଲ କରି ପାରି ନଥିଲା।

Shrutilipi ad