50442514620252504489

ଶୁଭାଂଶୁଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ଦେଶ - ବିଦେଶ

ନୂଆଦିଲ୍ଲୀ: ଐତିହାସିକ ମହାକାଶ ମିସନରୁ ପୃଥିବୀକୁ ପ୍ରତ୍ୟାବର୍ତ୍ତନ ପରେ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତର ପ୍ରଥମ ମହାକାଶଚାରୀ ରୂପେ ଆଇଏସଏସକୁ ଯାତ୍ରା କରିଥିବା ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଳାଙ୍କ ସଫଳତା ଦେଶର ମହାକାଶ ଅନ୍ୱେଷଣ ଯାତ୍ରାରେ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ।

ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ଐତିହାସିକ ମହାକାଶ ମିସନରୁ ପୃଥିବୀକୁ ଫେରିବା ପରେ ସାରା ଦେଶବାସୀଙ୍କ ସହ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି।

ଭାରତର ପ୍ରଥମ ମହାକାଶଚାରୀ ଭାବେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯାତ୍ରା କରି ସେ ନିଜର ସମର୍ପଣ, ସାହସ ଏବଂ ଅଗ୍ରଣୀ ମନୋଭାବ ଦ୍ୱାରା କୋଟି କୋଟି ଲୋକଙ୍କ ସ୍ୱପ୍ନକୁ ଅନୁପ୍ରାଣିତ କରିଛନ୍ତି । ଆମର ନିଜସ୍ୱ ମାନବ ମହାକାଶ ଯାନ ଅଭିଯାନ- ଗଗନୟାନ ଦିଗରେ ଏହା ଆଉ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

Shrutilipi ad