Ollapse gujara

ପୋଲ ଭୁଶୁଡ଼ିବା ଘଟଣା: ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଦେଶ - ବିଦେଶ

ନୂଆଦିଲ୍ଲୀ:ମଝି ନଈରେ ଭାଙ୍ଗିଗଲା ପୋଲ। ଏଭଳି ଏକ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଟ୍ରାଫିକ୍ ଜାମ ଥିବା ବେଳେ ଭୁଶୁଡି ପଡିଲା ପୋଲ। ଯେତେବେଳେ ପୋଲ ଉପରେ ପ୍ରବଳ ଲୋକଙ୍କ ଜାମ୍ ଲାଗିଥିଲା ସେତେବେଳେ ହଠାତ୍ ଭାଙ୍ଗିଗଲା ପୋଲ। ଫଳରେ ଦୁଇ ଭାଗ ହୋଇଗଲା ପୁରୁଣା ପୋଲ ଏବଂ ପୋଲ ଉପରେ ଥିବା ଲୋକଙ୍କ ଭିତରେ ଆତଙ୍କ ଖେଳିଗଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ଭଦୋଦରା ସେତୁର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିବା ପରେ ପ୍ରତ୍ୟେକ ମୃତକ ଏବଂ ସେମାନଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି। ଆହତମାନଙ୍କୁ ୫୦,୦୦୦ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି, “ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରି ପ୍ରଧାନମନ୍ତ୍ରୀ ମୋଦୀ ଶୋକ ପ୍ରକାଶ କରିଛନ୍ତି। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା।”

Shrutilipi ad