2 189 1751711967338

ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀ ଆମେରିକାରେ ଗିରଫ

ଦେଶ - ବିଦେଶ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଦୁର୍ନୀତି ମାମଲାରେ ନୀରବ ମୋଦୀଙ୍କ ଭାଇ ନେହାଲ ମୋଦୀଙ୍କୁ ଗିରଫ କରିଛି ଆମେରିକା ପୁଲିସ। ଭାରତର ଅନୁରୋଧ କ୍ରମେ ଆମେରିକା ଏହି ପଦକ୍ଷେପ ନେଇଛି। ନେହାଲଙ୍କୁ ଗିରଫ କରି ଭାରତକୁ ପ୍ରତ୍ୟର୍ପଣ କରିବା ଲାଗି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ଆମେରିକାକୁ ଅନୁରୋଧ କରାଯାଇଥିଲା। ନେହାଲ ଗିରଫ ହେବା ପରେ ତାଙ୍କୁ ଭାରତ ପ୍ରତ୍ୟର୍ପଣ ଲାଗି ଆମେରିକା ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।

ପିଏନବି ଦୁର୍ନୀତିରେ ଭାରତ ସରକାର ନୀରବ ମୋଦୀଙ୍କୁ ପଳାତକ ଘୋଷିତ କରିଛନ୍ତି। ଏହି ମାମଲାରେ ତାଙ୍କ ଭାଇଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିବା ପରେ ସିବିଆଇ ଏବଂ ଇଡି ପକ୍ଷରୁ ଆମେରିକାକୁ ତାଙ୍କ ପ୍ରତ୍ୟର୍ପଣ ପାଇଁ ଚିଠି ଲେଖାଯାଇଥିଲା। ଆମେରିକା ନ୍ୟାୟିକ ବିଭାଗ ତଥ୍ୟ ଅନୁସାରେ ଆର୍ଥିକ ଠକେଇ ନିରୋଧ ଆଇନ ୨୦୦୨ ଏବଂ ଆପରାଧିକ ଷଡଯନ୍ତ୍ର ଆଧାରରେ ନେହାଲଙ୍କୁ ଗିରଫ କରଯାଇଛି।

Shrutilipi ad