Cc34eb90 58c2 4650 b6cb d17b2f7b

ହଠାତ ଆକାଶରୁ ୧୦,୫୦୦ ଫୁଟ ତଳକୁ ଖସି ଆସିଲା ବିମାନ

ଦେଶ - ବିଦେଶ

ନୂଆଦିଲ୍ଲୀ: ଅହମଦାବାଦରେ ଏୟାର ଇଣ୍ଡିଆର ବୋଇଂ ଜେଟ୍ ଦୁର୍ଘଟଣାଗ୍ରସ୍ତ ହେବା ଘଟଣାର ଛାତଥରା ଦୃଶ୍ୟ ଏଯାଏଁ ଆଖିରୁ ଲିଭି ନାହିଁ। ଏହି ଦୁର୍ଘଟଣାରେ ବିମାନରେ ବସିଥିବା ୨୪୨ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ଜଣଙ୍କ ମୃତ୍ୟୁ ହୋଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା।

ସେହିଦିନ ଠାରୁ ଉଡାଣ ସମୟରେ ବିମାନର ସାମାନ୍ୟ ଗତିବିଧିରେ ମଧ୍ୟ ଯାତ୍ରୀମାନେ ଭୟଭୀତ ହୋଇଯାଉଥିବାର ଅନେକ ଘଟଣା ସାମ୍ନାକୁ ଆସି ସାରିଲାଣି। ଏହି କ୍ରମରେ ଚୀନର ସାଂଘାଇରୁ ଟୋକିଓ ଯାଉଥିବା ଜାପାନ ଏୟାରଲାଇନ୍ସର ବିମାନ ବୋଇଂ ୭୩୭ ସହିତ ସମାନ ଘଟଣା ଘଟିଛି।

ବିମାନଟି ନିଜର ଲକ୍ଷ୍ୟପଥରେ ଯାଉଥିବା ବେଳେ ୩୬୦୦୦ଫୁଟ ଉଚ୍ଚରେ ଉଡ଼ୁଥିବା ବେଳେ ହଠାତ ତାହା ୧୦,୫୦୦ ଫୁଟ ତଳକୁ ଖସି ଆସିଥିଲା। ଏହି କାରଣରୁ ଉକ୍ତ ବିମାନରେ ବସିଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ।

ଯେତେବେଳେ ବିମାନଟି ଦ୍ରୁତ ଗତିରେ ତଳକୁ ଆସୁଥିଲା କିଛି ଯାତ୍ରୀ ଶୋଇ ପଡ଼ିଥିଲେ ତେଣୁ ସେମାନେ ବିଶେଷ କିଛି ଜାଣି ପାରି ନଥିଲେ। କିନ୍ତୁ ଯେଉଁ ଯାତ୍ରୀମାନେ ନିଜ ଆଖିରେ ବିମାନକୁ ଦ୍ରୁତଗତିରେ ତଳକୁ ଆସିବା ଅର୍ଥାତ ସମ୍ମୁଖରେ ମୃତ୍ୟୁକୁ ଦେଖିଥିଲେ ଉକ୍ତ ଯାତ୍ରୀମାନେ ମୃତ୍ୟୁ ହୋଇଯିବା ଭୟରେ ସେମାନଙ୍କର ଆତ୍ମୀୟଙ୍କ ନିକଟକୁ ନିଜର ବୀମା ବିବରଣୀଠାରୁ ଆରମ୍ଭ କରି ଏଟିଏମ୍ ପିନ୍ ଏବଂ ପାସୱାର୍ଡ ପର୍ଯ୍ୟନ୍ତ ସବୁକିଛି ପଠାଇ ଦେଇଥିଲେ।

Shrutilipi ad