ପରାଗ ଜୈନ ର’ ମୁଖ୍ୟ ନିଯୁକ୍ତ

ଦେଶ - ବିଦେଶ

ବରିଷ୍ଠ ଭାରତୀୟ ପୁଲିସ ସେବା(ଆଇପିଏସ) ଅଧିକାରୀ ପରାଗ ଜୈନଙ୍କୁ ଭାରତୀୟ ଗୁଇନ୍ଦା ସଂସ୍ଥା ର’ (ଅନୁସନ୍ଧାନ ଓ ବିଶ୍ଳେଷଣ ସଂସ୍ଥା)ର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଗତ ମେ ମାସରେ ଆତଙ୍କବାଦ ବିରୋଧରେ ଭାରତର ଅପରେସନ ‘ସିନ୍ଦୂର’ ସମୟରେ ପରାଗ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ର’ ମୁଖ୍ୟ ରବି ସିହ୍ନାଙ୍କ ପରେ ସେ ସଂସ୍ଥାର ୨ୟ ବରିଷ୍ଠ ଅଧିକାରୀ। ଆସନ୍ତା ୩୦ ତାରିଖରେ ସିହ୍ନା ଅବସର ଗ୍ରହଣ କରିବା ପରେ ପରାଗ ଦାୟିତ୍ଵ ଗ୍ରହଣ କରିବେ। ଆଗାମୀ ଦୁଇ ବର୍ଷ ପାଇଁ ସେ ଏହି ଦାୟିତ୍ଵରେ ରହିବେ।

ଦେଶ ବାହାରେ ର’ ଏହାର କାର୍ଯ୍ୟକଳାପ ଜାରି ରଖିଥାଏ। ବିଦେଶରୁ ଭାରତର ନିରାପତ୍ତା ପ୍ରତି ଆସୁଥିବା ବିପଦ ସମ୍ପର୍କରେ ର’ ଆଗୁଆ ସତର୍କ କରାଇବା ସହିତ ତାହାର ସମାଧାନ ଦିଗରେ ଗୁପ୍ତ ଅପରେସନ ଜରିଆରେ ପଦକ୍ଷେପ ନେଇଥାଏ।

Shrutilipi ad