Indigo 1 750x430

ମଝି ଆକାଶରେ ସରିଗଲା ଇନ୍ଧନ, ଇଣ୍ଡିଗୋ ବିମାନର ଜରୁରୀ ଅବତରଣ

ଦେଶ - ବିଦେଶ

ନୂଆଦିଲ୍ଲୀ : ମଝି ଆକାଶରେ ବିମାନରୁ ସରିଗଲା ଇନ୍ଧନ। ଫଳରେ ବାଧ୍ୟହୋଇ ପାଇଲଟ ବିମାନକୁ ଜରୁରୀ ଅବତରଣ କରାଇଛନ୍ତି। ଗତ ଗୁରୁବାରର ଏହି ଘଟଣା ଏବେ ସାମ୍ନାକୁ ଆସିଛି।
ଇଣ୍ଡିଗୋ ବିମାନ ୬ଇ ୬୭୬୪ ଗୁଆହାଟୀରୁ ଚେନ୍ନଇ ଯାଉଥିଲା। କିନ୍ତୁ ମଛି ଆକାଶରେ ପାଇଲଟ ହଠାତ ଜାଣିବାକୁ ପାଇଲେ ଯେ ବିମାନରୁ ଇନ୍ଧନ ସରିଆସିଲାଣି। ତେଣୁ ତୁରନ୍ତ ସେ ଫୁଏଲ ମେ’ ଡେ’ କଲ କରିଥିଲେ। ଏହା ପରେ ଗତିପଥ ବଦଳାଇ ବେଙ୍ଗାଲୁରୁ ବିମାନବନ୍ଦରରେ ଜରୁରୀ ଅବତରଣ କରାଇଥିଲେ। ତେବେ ଅବତରଣ ପୂର୍ବରୁ ବିମାନକୁ ଅନେକ ସମୟ ଧରି ଆକାଶରେ ସମୟ କାଟିବାକୁ ପଡ଼ିଥିଲା। କାରଣ ଟ୍ରାଫିକ ଜାମ୍ ଥିବାରୁ ବିମାନକୁ ତୁରନ୍ତ ଅବତରଣ ଅନୁମତି ମିଳି ନ ଥିଲା। ରାତି ୮ଟା ୧୫ରେ ବେଙ୍ଗାଲୁରୁର କେମ୍ପେଗୌଡ଼ା ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷିତ ଭାବେ ବିମାନ ଅବତରଣ କରିଥିଲା।
ଅବତରଣ ପରେ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଇଥିଲା। ଏହା ପରେ ବିମାନରେ ଇନ୍ଧନ ଭର୍ତ୍ତି କରାଯାଇଥିଲା। ପରେ ବିମାନ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା।

Shrutilipi ad