13hs radiation articlelarge

ବଡ଼ ବିପଦ ଆଶଙ୍କା : ଇରାନ ପରମାଣୁ କେନ୍ଦ୍ରରୁ ତେଜଷ୍କ୍ରିୟ ବିକିରଣ

ଦେଶ - ବିଦେଶ

ଭିଏନା : ଯାହା ଆଶଙ୍କା କରାଯାଉଥିଲା ତାହା ସତ ପ୍ରମାଣିତ ହେବାପରି ଲାଗୁଛି। ଇରାନର ପରମାଣୁ କେନ୍ଦ୍ର ଗୁଡ଼ିକ ଉପରେ ଇସ୍ରାଏଲର ଆକ୍ରମଣ ପରେ ସେଠାରୁ ତେଜଷ୍କ୍ରିୟ ବିକିରଣ ହେବାର ସଂକେତ ମିଳୁଛି ବୋଲି ଅନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (ଆଇଏଇଏ) ପକ୍ଷରୁ ସତର୍କ କରାଯାଇଛି ।
ଆଇଏଇଏର ମହାନିର୍ଦ୍ଦେଶକ ରାଫେଲ ଗ୍ରସି କହିଛନ୍ତି ଯେ ଯୁଦ୍ଧ ସମୟରେ କୌଣସି ଦେଶ ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିବା ଉଚିତ ନୁହେଁ । କାରଣ ସେଥିରୁ ଯେଉଁ ବିନାଶ ସୃଷ୍ଟି ହେବ ତାହା କେବଳ ଗୋଟିଏ ଦେଶରେ ସୀମିତ ରହିବନି ଓ ଜୀବଜଗତ ସମେତ ପରିବେଶକୁ ପ୍ରଭାବିତ କରିବ ।

ସେ କହିଛନ୍ତି ଆଇଏଇଏ ଇରାନର ପରମାଣୁ ରେଗୁଲେଟୋରୀ ଏଜେନ୍ସି ସହ ଯୋଗାଯୋଗରେ ଅଛନ୍ତି । ଇରାନ ପକ୍ଷରୁ ସ୍ବୀକାର କରାଯାଇଛି ଯେ ନାଟାନଜ୍ ପରମାଣୁ ଶକ୍ତିକେନ୍ଦ୍ର ଉପରେ ଆକ୍ରମଣ ହୋଇଛି ଓ ତାହା କ୍ଷତିଗ୍ରସ୍ତ ହୋଇଛି । ଏହି ପ୍ରତିଷ୍ଠାନ ଉପରେ ତେଜଷ୍କ୍ରିୟ ବିକିରଣ ହୋଇନଥିଲେ ବି ଏହାର ଆଭ୍ୟନ୍ତରରେ ତେଜଷ୍କ୍ରିୟ ଓ ରସାୟନିକ କଣିକା ନିର୍ଗତ ହେବାରେ ଲଗିଛି । ବର୍ତ୍ତମାନ ଯେଉଁ ବିକିରଣ ହେଉଛି ସେଗୁଡ଼ିକ ମୁଖ୍ୟତଃ ଆଲଫା କଣିକା ଓ ଠିକ ସମୟରେ ପଦକ୍ଷେପ ନେଲେ ତାହାର ବିକିରଣକୁ ରୋକାଯାଇପାରିବ । ଏଥିପାଇଁ ଏହାର ପରିଦର୍ଶନ ପାଇଁ ତୁରନ୍ତ ଆଇଏଇଏକୁ ଅନୁମତି ଦିଆଯିବା ଆବଶ୍ୟକ ବୋଲି ଗ୍ରସି କହିଛନ୍ତି ।

Shrutilipi ad