101880 irans oberster revolutionsfuehrer ayatollah khomeini

ଆମେରିକା-ବ୍ରିଟେନ-ଫ୍ରାନ୍ସକୁ ଇରାନର ଚେତାବନୀ

ଦେଶ - ବିଦେଶ

ତେହେରାନ : ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଦୁଇ ଦେଶ ପରସ୍ପର ଉପରେ ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଛନ୍ତି। ଏହା ମଧ୍ୟରେ ଇରାନ ଇସ୍ରାଏଲର ପ୍ରମୁଖ ସହଯୋଗୀ ତଥା ପାଶ୍ଚାତ୍ୟ ଦେଶଗୁଡ଼ିକୁ ଚେତାବନୀ ଦେଇଛି। ବିଶେଷ କରି ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନକୁ ଇରାନ ଚେତାବନୀ ଦେଇ ଇସ୍ରାଏଲକୁ ସାହାଯ୍ୟ ନ କରିବାକୁ କହିଛି। ଏହା ସହିତ ଇରାନର ଆକ୍ରମଣକୁ ଅଟକାଇବାକୁ ଚେଷ୍ଟା କରନ୍ତୁ ନାହିଁ। ଇସ୍ରାଏଲକୁ ଯିଏ ସାହାଯ୍ୟ କରିବ ଇରାନ ତା’ ଉପରେ ଆକ୍ରମଣ କରିବ ବୋଲି ଏହାର ସୁପ୍ରିମ ନେତା ଆୟାତୋଲ୍ଲା ଅଲ୍ଲୀ ଖାମନେଇ ଚେତାଇ ଦେଇଛନ୍ତି।
ସୂଚନାଯୋଗ୍ୟ, ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବିରୋଧ କରି ଇସ୍ରାଏଲ ପକ୍ଷରୁ ଗୁରୁବାର ରାତିରେ ଇରାନ ଉପରେ ଅଚାନକ ଆକ୍ରମଣ କରାଯାଇଥିଲା। ଗୁରୁବାର ରାତି ଏବଂ ଶୁକ୍ରବାର ଭୋର ସମୟରେ ୨୦୦ରୁ ଅଧିକ ଲଢ଼ୁଆ ବିମାନ ସାହାଯ୍ୟରେ ଇସ୍ରାଏଲ ଇରାନର ବିଭିନ୍ନ ପରମାଣୁ କେନ୍ଦ୍ର, ପରମାଣୁ ଗବେଷଣା କେନ୍ଦ୍ର ଓ ଅନ୍ୟାନ୍ୟ ସ୍ଥାନରେ ଆକ୍ରମଣ କରିଥିଲା। ଏଥିରେ ଇରାନ ସେନା ତଥା ଇରାନ ରିଭୋଲ୍ୟୁସନାରି ଗାର୍ଡ ଜେନେରାଲ ବଘେରି, କମାଣ୍ଡର ଇନ ଚିଫ ହୋସେନ ସଲାମୀ, ୫ ଜଣ ପରମାଣୁ ବୈଜ୍ଞାନିକଙ୍କ ସମେତ ୧୦୦ରୁ ଅଧିକ ପ୍ରାଣ ହରାଇଥିଲେ। ଏହା ପରେ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ମଧ୍ୟ ପ୍ରତିଆକ୍ରମଣ କରାଯାଇଛି।

Shrutilipi ad