Auto

ଭାରତକୁ ଚୀନ ଦେଲା ଝଟ୍‌କା; ସଙ୍କଟରେ ଅଟୋମୋବାଇଲ ଶିଳ୍ପ !

ଦେଶ - ବିଦେଶ

ଭାରତ ସରକାର ଚୀନ ଉତ୍ପାଦିତ ସାମଗ୍ରୀ ପାଇଁ ଭାରତୀୟ ବଜାରକୁ ମୁକ୍ତ କରିଦେଇଛନ୍ତି। ହେଲେ ଚୀନ ଏହାର ଦୋମୁହାଁ ନୀତିରୁ ବାହାରିପାରୁ ନାହିଁ। ବିଭିନ୍ନ ସମୟରେ ଭାରତୀୟ ଶିଳ୍ପ କ୍ଷେତ୍ରକୁ ଅଡୁଆରେ ପକାଇବା ଲାଗି ନାନା ପଦକ୍ଷେପ ନେବାରେ ଲାଗିଛି। ନିକଟରେ ଚୀନ ଭାରତକୁ ଆଉ ଏକ ଝଟ୍‌କା ଦେଇଛି, ଯାହାଦ୍ଵାରା ଭାରତୀୟ ଅଟୋମୋବାଇଲ ଶିଳ୍ପ ଉପରେ ସଙ୍କଟ ଦେଖାଦେଇଛି।

ଚୀନ ଭାରତକୁ ଏକ ଦୁର୍ଲଭ ଧାତୁ ରପ୍ତାନୀ ଉପରେ କଟକଣା ଲଗାଇଦେଇଛି। ଏହି ଧାନୁ ବୈଦ୍ୟୁତିକ ଯାନ ଏବଂ ଅନ୍ୟାନ୍ୟ ଯାନଗୁଡ଼ିକ ପାଇଁ ଅତ୍ୟନ୍ତ ଜରୁରୀ। ଏହା ବିନା ଯାନବାହନ ଉତ୍ପାଦନ ଅସମ୍ଭବ। ମୋଟର, ଷ୍ଟିୟରିଂଠାରୁ ଆରମ୍ଭ କରି ଅଡିଓ ଉପକରଣ ପର୍ଯ୍ୟନ୍ତ ସବୁଥିରେ ଏହାର ଆବଶ୍ୟକତା ରହିଛି। ଏହା ବିନା ଯାନବାହନ ଉତ୍ପାଦନ ବନ୍ଦ ହୋଇଯିବ। ଏହି ଦୁର୍ଲଭ ଧାତୁଟି ହେଉଛି ନିୟୋଡିମିୟମ-ଆଇରନ-ବୋରନ(ଏନଡିଏଫଇବି) ଚୁମ୍ବକ। ଏହା ଏକ ଦୁର୍ଲଭ ଚୁମ୍ବକୀୟ ଧାତୁ, ଯାହା ଚୀନରେ ଉତ୍ପାଦିତ ହୋଇ ସାରା ବିଶ୍ଵକୁ ରପ୍ତାନୀ କରାଯାଏ। ଚୀନ ୯୦ ପ୍ରତିଶତରୁ ଅଧିକ ଦୁର୍ଲଭ ଚୁମ୍ବକୀୟ ଧାତୁ ଉତ୍ପାଦନ କରିଥାଏ। ଗତ ଏପ୍ରିଲରେ ଚୀନ ଏହାର ରପ୍ତାନୀକୁ ନିୟନ୍ତ୍ରଣ କରିବା ଲାଗି ନୂଆ ନିୟମ ଲାଗୁ କରିଛି। ଏହି ନିୟମ ଆଧାରରେ ରପ୍ତାନୀକାରୀମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଯାହାଫଳରେ ଚୀନର ବନ୍ଦରଗୁଡ଼ିକରେ ଏହି ଧାତୁ ନେଇ ଆସୁଥିବା ଜାହାଜଗୁନିକ ଫସିରହିଛି।

ତେବେ ଅନେକ ୟୁରୋପୀୟ କମ୍ପାନୀକୁ ଚୀନ ଏହାକୁ ରପ୍ତାନୀ କରୁଥିବାବେଳେ ଭାରତୀୟ କମ୍ପାନୀଗୁଡ଼ିକୁ ଏପର୍ଯ୍ୟନ୍ତ ମଞ୍ଜୁରୀ ମିଳିନାହିଁ। ଯାହାଫଳରେ ଭାରତରେ ଯାନବାହନ ଉତ୍ପାଦନ ବାଧାପ୍ରାପ୍ତ ହେବା ଆଶଙ୍କା ଦେଖାଦେଇଛି ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

Shrutilipi ad