Prashant kishore 750x430

ଉଦୟ ସିଂହ ହେଲେ ଜନ ସୂରଜ ପାର୍ଟିର ପ୍ରଥମ ରାଷ୍ଟ୍ରୀୟ ସଭାପତି

ଦେଶ - ବିଦେଶ

ନୂଆଦିଲ୍ଲୀ : ପ୍ରଶାନ୍ତ କିଶୋରଙ୍କ ଜନ ସୂରଜ ପାର୍ଟିର ପ୍ରଥମ ରାଷ୍ଟ୍ରୀୟ ସଭାପତି ହୋଇଛନ୍ତି ଉଦୟ ସିଂହ। ସେ ପୂର୍ବରୁ ବିଜେପିର ସାଂସଦ ଥିଲେ। ସୋମବାର ପ୍ରଶାନ୍ତ ନିଜ ଦଳର ରାଷ୍ଟ୍ରୀୟ ସଭାପତି ଭାବେ ଉଦୟଙ୍କ ନାମ ଘୋଷଣା କରିଛନ୍ତି।
ଆଗାମୀ ବିହାର ବିଧାନସଭା ନିର୍ବାଚନ ଲାଗି ପ୍ରଶାନ୍ତ ମଇଦାନକୁ ଓହ୍ଲାଇଛନ୍ତି। ଏଥିପାଇଁ ସେ ପୂର୍ବରୁ ଦଳ ଗଠନ କରିଥିଲେ ହେଁ ତାହା ବିନା କୌଣସି ସଭାପତିରେ ଚାଲୁଥିଲା। ନିଜେ ଦଳର କୌଣସି ପଦବୀ ଗ୍ରହଣ କରିବେ ନାହିଁ ବୋଲି ପ୍ରଶାନ୍ତ ପୂର୍ବରୁ କହିସାରିଥିଲେ। ଦଳ ଗଠନ ହେବା ପରେ ଦଳର କାର୍ଯ୍ୟକାରୀ ସଭାପତି ରୂପେ ପୂର୍ବତନ ଆଇପିଏସ ଅଧିକାରୀ ମନୋଜ ଭାରତୀଙ୍କୁ ନିଯୁକ୍ତ କରାଯାଇଥିଲା। ସେବେଠାରୁ କୌଣସି ସ୍ଥାୟୀ ସଭାପତି ନିଯୁକ୍ତ ହୋଇ ନ ଥିଲେ।
ଗତବର୍ଷ ଜୁଲାଇ ମାସରେ ଏକ କାର୍ଯ୍ୟକ୍ରମରେ ପ୍ରଶାନ୍ତ କହିଥିଲେ ଯେ, ଏହି ଦଳର ନେତା ସେ ନୁହନ୍ତି। ବିହାରର ସବୁଠୁ ଦକ୍ଷ ରାଜନେତା ଏହି ଦଳର ସଭାପତି ହେବେ, ଯାହାଙ୍କୁ ସମସ୍ତେ ସମର୍ଥନ କରୁଥିବେ ବୋଲି ପ୍ରଶାନ୍ତ କହିଥିଲେ।
ଗତବର୍ଷ ବିହାରରେ ୩ଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା। କିନ୍ତୁ ଜନ ସୂରଜ ପାର୍ଟି କୌଣସି ଗୋଟିଏ ବି ଆସନ ହାତେଇବାରେ ସମର୍ଥନ ହୋଇ ନ ଥିଲା। ବିଜେପି ୩ଟି ଯାକ ଆସନରେ ବିଜୟୀ ହୋଇଥିଲା।

Shrutilipi ad