Celebi aviation indian armed forces jpg

ତୁର୍କୀ କମ୍ପାନି ଉପରୁ ସୁରକ୍ଷା ମଂଜୁରୀ ହଟାଇଲା ଭାରତ

ଦେଶ - ବିଦେଶ

ନୂଆଦିଲ୍ଲୀ : ଯୁଦ୍ଧ ବେଳେ ପାକିସ୍ତାନକୁ ସହାୟତା କରିବା ତୁର୍କୀକୁ ମହଙ୍ଗା କରିଛି । ଭାରତ ସରକାର ଭାରତୀୟ ଏୟାରପୋର୍ଟଗୁଡ଼ିକରେ ଗ୍ରାଉଣ୍ଡ ହାଣ୍ଡେଲିଂ କରୁଥିବା ତୁର୍କୀ କମ୍ପାନି ସେଲେବିର ସୁରକ୍ଷା କ୍ଲିୟରାନ୍ସ ବାତିଲ କରିଦେଇଛନ୍ତି । ଏହି ନିଷ୍ପତ୍ତି ବ୍ୟୁରୋ ଅଫ୍ ସିଭିଲ ଏଭିଏସନ୍ ସିକ୍ୟୁରିଟି ଦ୍ୱାରା ନିଆଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି କମ୍ପାନି ସହ ତୂର୍କୀ ରାଷ୍ଟ୍ରପତି ରିକାବ ତେୟେବ ଏରଡୋଗାମଙ୍କ ଝିଅ ସୁମେୟିଙ୍କ ସଂପର୍କ ଥିବା କୁହାଯାଇଛି ।ଏକ ସରକାରୀ ବିବୃତ୍ତିରେ କୁହାଯାଇଛିସେଲିବି ଏୟାରପୋର୍ଟ ସର୍ଭିସେସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ମାମଲାରେ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଏଜେନ୍ସି ବର୍ଗ ଅଧୀନରେ ସୁରକ୍ଷା ମଞ୍ଜୁରୀ ର ମହାନିର୍ଦ୍ଦେଶକଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।” ବିବୃତ୍ତିରେ ଆହୁରି କୁହାଯାଇଛିବିସିଏଏସ ମହାନିର୍ଦ୍ଦେଶକଙ୍କ ଉପରେ ନ୍ୟସ୍ତ କ୍ଷମତା ବ୍ୟବହାର କରିଜାତୀୟ ସୁରକ୍ଷା ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେଲେବି ବିମାନବନ୍ଦର ସେବା ଭାରତ ପ୍ରାଇଭେଟ୍ ଲିମିଟେଡ୍ ସମ୍ପର୍କରେ ସୁରକ୍ଷା ମଞ୍ଜୁରୀ ତୁରନ୍ତ ବାତିଲ କରାଯାଉଛି।”
ସୂଚନାଯୋଗ୍ୟ ଯେ ପାକିସ୍ତାନ ସହ ସଂଘର୍ଷରେ ତୁର୍କୀ ଖୋଲାଖୋଲି ପାକିସ୍ତାନକୁ ସମର୍ଥନ କରିଥିଲା ଓ ପାକିସ୍ତାନକୁ ଡ୍ରୋନ ଯୋଗାଇ ଦେଇଥିଲା । ଏସବୁ ଡ୍ରୋନକୁ ପାକିସ୍ତାନ ଭାରତ ବିରୋଧରେ ବ୍ୟବହାର କରିଥିଲେ । ଏହା ପରେ ଭାରତରେ ତୁର୍କୀ ବିରୋଧରେ ଜନମତ ପ୍ରକାଶ ପାଇଛି ।

Shrutilipi ad