Google

ଦଶନ୍ଧି ପରେ ବଦଳିଲା ଗୁଗଲ୍‌ ଲୋଗୋ

ଦେଶ - ବିଦେଶ

ବଦଳିଲା ଗୁଗଲ୍‌ ଲୋଗୋ। ଦୀର୍ଘ ୧୦ ବର୍ଷ ପରେ ପ୍ରଥମ ଥର ପାଇଁ ଗୁଗଲ୍‌ ଏହାର ପ୍ରତିଷ୍ଠିତ ‘G’ ଲୋଗୋରେ ପରିବର୍ତ୍ତନ କରିଛି। ବର୍ଷ ୨୦୧୫ ପରେ ଏହା ପ୍ରଥମ ବଡ଼ ଭିଜୁଆଲ ପରିବର୍ତ୍ତନ। ଏପର୍ଯ୍ୟନ୍ତ ଲୋଗୋରେ ସଲିଡ୍‌ ଲାଲ, ହଳଦିଆ, ସବୁଜ ଏବଂ ନୀଳ ରଙ୍ଗ ଥିଲା, ଯାହାକୁ ବର୍ତ୍ତମାନ ଏକ ଫ୍ଲୁଇଡ୍‌ ଗ୍ରେଡିଏଣ୍ଟ ଶେଡ୍‌ସରେ ପରିବର୍ତ୍ତନ କରାଯାଇଛି। ଏଥିରେ ସେହି ସମାନ ଚାରୋଟି ରଙ୍ଗ ଅଛି କିନ୍ତୁ ଏବେ ଏହା ପରସ୍ପର ସହିତ ସହଜରେ ମିଶିଯାଇଛି। ଏହି ପରିବର୍ତ୍ତନ ହୁଏତ ସାମାନ୍ୟ ଲାଗିପାରେ, କିନ୍ତୁ ଏହା ଗୁଗଲର ଏଆଇ-କେନ୍ଦ୍ରିତ ଭବିଷ୍ୟତ ଦିଗକୁ ଦର୍ଶାଉଛି।

ପୂର୍ବର ଫ୍ଲାଟ୍ ଏବଂ ବ୍ଲକୀ ରଙ୍ଗ ବଦଳରେ ଏବେ ‘ଜି’ ଲୋଗୋରେ ଗ୍ରେଡିଏଣ୍ଟ ଇଫେକ୍ଟ ଦିଆଯାଇଛି। ଏହି ନୂଆ ଡିଜାଇନ୍ ଅଧିକ ଆଧୁନିକ ଏବଂ ଗତିଶୀଳ ଦେଖାଯାଉଛି, ଯାହା ଗୁଗଲର ନୂତନ ଡିଜାଇନ୍ ଭାଷା ସହିତ ମେଳ ଖାଉଛି। ଏହି ଲୋଗୋ ସ୍କ୍ରିନ୍ ଟେକ୍ନୋଲୋଜିର ଅନୁରୂପ ଏବଂ ଛୋଟ ଆକାରରେ ମଧ୍ୟ ଭଲ ଦେଖାଯାଉଛି। ନୂତନ ଲୋଗୋ ଗୁଗଲ୍ ଜେମିନି(ଏଆଇ ଆସିଷ୍ଟାଣ୍ଟ)ର ଲୋଗୋ ସହିତ ମେଳ ଖାଉଛି, ଯେଉଁଥିରେ ପୂର୍ବରୁ ହିଁ ବ୍ଲୁ-ଟୁ-ପର୍ପଲ ଗ୍ରେଡିଏଣ୍ଟ ଅଛି।

ରିପୋର୍ଟ ଅନୁସାରେ, ନୂଆ ‘G’ ଲୋକ ବର୍ତ୍ତମାନ iOSରେ Google Search ଆପ୍‌ରେ ଦୃଶ୍ୟମାନ ହେଉଛି। ଆଣ୍ଡ୍ରଏଡ୍‌ ଡିଭାଇସ୍‌ଗୁଡ଼ିକରେ ଏହା ଗୁଗଲ୍‌ ଆପ୍‌ର ବିଟା ଭର୍ସନ(ଭି୧୬.୧୮)ରେ ଦୃଶ୍ୟମାନ ହେଉଛି। ବର୍ତ୍ତମାନ ପାଇଁ ଏହି ପରିବର୍ତ୍ତନ ପ୍ରାୟତଃ ପିକ୍ସେଲ ଫୋନ୍ ଏବଂ କିଛି ଆଇଓଏସ ଡିଭାଇସ୍ ମଧ୍ୟରେ ସୀମିତ। ଅନ୍ୟାନ୍ୟ ପ୍ଲାଟଫର୍ମ ଯେପରିକି ୱେବ୍, ନନ୍-ପିକ୍ସେଲ ଆଣ୍ଡ୍ରଏଡ୍ ଫୋନରେ ଏବେ ବି ପୁରୁଣା ଲୋଗୋ ଦେଖାଯାଉଛି। ଗୁଗଲ୍ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୋଲଆଉଟ୍ ତାରିଖ ଘୋଷଣା କରିନାହିଁ, କିନ୍ତୁ ଆଗାମୀ ସପ୍ତାହରେ ଏହା ଅଧିକ ଡିଭାଇସରେ ଦେଖାଯିବା ଆରମ୍ଭ କରିବ।

Shrutilipi ad