Mamata banerjee 750x430

ମୁର୍ସିଦାବାଦ ହିଂସା ପାଇଁ ବିଏସଏଫ ଓ ବିଜେପିକୁ ଦାୟୀ କଲେ ମମତା

ଦେଶ - ବିଦେଶ

ଓ୍ବାକଫ୍ ଆଇନକୁ ନେଇ ପଶ୍ଚିମବଙ୍ଗର ମୁର୍ସିଦାବାଦରେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ରାଜ୍ୟପାଳ ସିଭି ଆନନ୍ଦ ବୋ​‌ଷ ରିପୋର୍ଟ ଦେଇଛନ୍ତି। ତେବେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ସୀମା ସୁରକ୍ଷା ବଳ(ବିଏସଏଫ) ଏବଂ ବିଜେପିକୁ ଦାୟୀ କରିଛନ୍ତି। ବିଜେପି ପଶ୍ଚିମବଙ୍ଗରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି କରୁଛି ବୋଲି ମମତା ଅଭିଯୋଗ କରିଛନ୍ତି।

ବିଏସଏଫ ବିରୋଧରେ ମମତା ଅଭିଯୋଗ ଆଣି କହିଛନ୍ତି, ଏହି ହିଂସା ଯୋଜନାବଦ୍ଧ ଥିଲା। ହିଂସା ସମୟରେ ସୁରକ୍ଷାକର୍ମୀମାନେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ। ସୁରକ୍ଷାକର୍ମୀମାନେ ଯଦି ଗୁଳି ଚାଳନା କରି ନ ଥାଆନ୍ତେ, ତେବେ ହିଂସା ଏତେ ଉଗ୍ର ରୂପ ନେଇ ନ ଥାଆନ୍ତା। ସୁରକ୍ଷାକର୍ମୀ ଗୁଳି ଚାଳନା କରିବାରୁ, ଏହା ପରଦିନ ହିଂସା ବୃଦ୍ଧି ପାଇଲା ବୋଲି ମମତା କହିଛନ୍ତି।

Shrutilipi ad