X 750x430

ଇମ୍ରାନ ଖାନ ଓ ବିଲାୱଲ ଭୁଟ୍ଟୋଙ୍କ ‘ଏକ୍ସ’ ଆକାଉଣ୍ଟ ବ୍ଲକ୍‌

ଦେଶ - ବିଦେଶ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କ ‘ଏକ୍ସ’ ଆକାଉଣ୍ଟକୁ ଭାରତରେ ବ୍ଲକ୍ କରାଯାଇଛି। ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅତାଉଲ୍ଲାହ ତରାରଙ୍କ ‘ଏକ୍ସ’ ଆକାଉଣ୍ଟ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

ପୂର୍ବରୁ ସେମାନେ ଦାବି କରିଥିଲେ ଯେ, ଇସଲାମାବାଦ ପାଖରେ ବିଶ୍ୱସ୍ତ ଗୁଇନ୍ଦା ସୂଚନା ଅଛି ଯେ ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ନୂଆଦିଲ୍ଲୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ପଡ଼ୋଶୀ ଦେଶ ଉପରେ ସାମରିକ ଆକ୍ରମଣ କରିପାରେ।

ଇମ୍ରାନ ଖାନ ଏବଂ ବିଲାୱଲ ଭୁଟ୍ଟୋଙ୍କ ‘ଏକ୍ସ’ ଆକାଉଣ୍ଟରେ ଏକ ବାର୍ତ୍ତା ଲେଖାଯାଇଥିବା ଦେଖାଯାଉଛି। ଏଥିରେ ଲେଖାହୋଇଛି, ଆଇନଗତ ଦାବି ଅନୁଯାୟୀ ଏହାକୁ ଭାରତରେ ନିଷିଦ୍ଧ କରାଯାଇଛି। ପାକିସ୍ତାନୀ ରାଜନେତାଙ୍କ ‘ଏକ୍ସ’ ଆକାଉଣ୍ଟର ପ୍ରୋଫାଇଲ୍ ଫଟୋ ଏବଂ କଭର ଫଟୋ ଖାଲି ଦେଖାଯାଉଛି।

Shrutilipi ad