ବାରିପଦା – ଜିଲ୍ଲାର ୪ଟି ଉପଖଣ୍ଡ ର ଯୁଗ୍ମ ଜନ ଶୁଣାଣି କାର୍ଯ୍ୟସୂଚୀ ଅନୁଯାଇ ପ୍ରତ୍ୟେକ ସ୍ଥାନର ଶୁଣାଣି ପାଇଁ ଅନ ଲାଇନରେ ଆବେଦନ ପତ୍ର ପଞ୍ଜିକୃତ କରିବା ପାଇଁ ପ୍ରତ୍ୟେକ ଶୁଣାଣି ତାରିଖର ପୂର୍ବ ଅର୍ଥାତ ସୋମବାର ଶୁଣାଣି ପାଇଁ ପୂର୍ବ ଶୁକ୍ରବାର ଠାରୁ ଶନିବାର ପର୍ଯ୍ୟନ୍ତ ହେବ। ଏହି ସ୍ଲଟ ବୁକିଂ ପ୍ରକ୍ରିୟା ଶୁଣାଣି ସ୍ଥାନ ଅନୁସାରେ ପ୍ରତ୍ୟେକ ଶୁକ୍ରବାର ଦିବା ୧୧ ଘଟିକା ଠାରୁ ଶନିବାର ରାତି ୧୧:୫୯ ମିନିଟ ପର୍ଯ୍ୟନ୍ତ କାର୍ଯ୍ୟ କରିବ।
ଅନ ଲାଇନ ବ୍ୟବସ୍ଥା ସହିତ ଆବେଦନକାରି ଶୁଣାଣି ଶିବିରରେ ଉପସ୍ଥିତ ରହି ସିଧାସଳଖ ଆବେଦନ ପତ୍ର ଦାଖଲ କରିପାରିବେ।
ଆବେଦନକାରୀ ମାନେ ଯୁଗ୍ମ ଜନ ଶୁଣାଣି ପାଇଁ ଜନ ଶୁଣାଣି ପୋର୍ଟାଲ ଜରିଆରେ ଅନଲାଇନରେ ସେମାନଙ୍କର ଆବେଦନ ପତ୍ର ଗୁଡିକ ଦାଖଲ କରିବେ। ଏଥିପାଇଁ ଆବେଦନକାରୀଙ୍କୁ ଗୁଗୁଲ କୁ ଯାଇ ଜନଶୁଣାଣି.ଓଡିଶା. ଗୋଭ. ଇନ (janasunani.odisha.gov. in) ରେ ଯୁଗ୍ମ ଜନ ଶୁଣାଣି ରେ କ୍ଲିକ କରି ଜିଲ୍ଲାକୁ ଚୟନ କରିବା ପରେ ଶୁଣାଣିର ସ୍ଥାନ କୁ ଚୟନ କରିବେ। ଆବେଦନ ଫର୍ମ ରେ ଯାହା ଯାହା ତଥ୍ୟ ପୂରଣ ପାଇଁ ଥିବ ଏହାକୁ ସଠିକ ଭାବେ ପୂରଣ କରି ଦାଖଲ କରିବେ ଏବଂ ଅନଲାଇନ ଆବେଦନ ପତ୍ରର ଗୋଟିଏ ପ୍ରିଣ୍ଟ ବାହାର କରି ଏଥି ସହିତ ତାଙ୍କର ଅନ୍ୟାନ୍ୟ କାଗଜ ପତ୍ର ସଂଲଗ୍ନ କରି ଆବେଦନକାରି ନିର୍ଧାର୍ଯ୍ୟ ଶୁଣାଣି ତାରିଖ ଦିନ ଅଭିଯୋଗର ଶୁଣାଣି ପାଇଁ ଉପସ୍ଥିତ ରହିବେ। ଏହି ଅନଲାଇନ ବ୍ୟବସ୍ଥାରେ ସର୍ବାଧିକ ୧୦୦ ଗୋଟି ଆବେଦନ ପତ୍ର ଶୁଣାଣି ପାଇଁ ଗ୍ରହଣ ହେବ। ତେଣୁ ଆବେଦନକାରି ଏହି ସ୍ଲଟ ପାଇବା ପାଇଁ ଶୁଣାଣି ପାଇଁ ଧାର୍ଯ୍ୟ ତାରିଖ ପୂର୍ବରୁ ଅନଲାଇନ ପୋର୍ଟାଲ ରେ ଆବେଦନ କରିବେ।
ଏହି ଅନଲାଇନ ବ୍ୟବସ୍ଥା ସହିତ ଲୋକମାନେ ସିଧାସଳଖ ମଧ୍ଯ ନିର୍ଧାରିତ ତାରିଖ ରେ ଯଥା ସମୟରେ ଉପସ୍ଥିତ ହୋଇ ନିଜର ଅଭିଯୋଗ ପତ୍ର ଶୁଣାଣି ପାଇଁ ଦେଇପାରିବେ। ସୂଚନଯୋଗ୍ୟକି
ଚଳିତ ଏପ୍ରିଲ 21 ତାରିଖରେ କରଞ୍ଜିଆ ଠାରେ ସକାଳ 7 ଘଟିକାଠାରୁ ସକାଳ 10 ଘଟିକା ପର୍ଯ୍ୟନ୍ତ କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମିଲନୀ କକ୍ଷଠାରେ ଯୁଗ୍ମ ଜଣଶୁଣାଣି ଅନୁଷ୍ଠିତ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଅଛି l

