ଆଗରପଡାରେ ବିଜୁବାବୁଙ୍କ ୨୮ତମ ତିରୋଧାନ ଦିବସ ପାଳିତ

ରାଜ୍ୟ

ଆଗରପଡ଼ା :ଆଗରପଡ଼ା ୧୪ନଂ ଜୋନରେ ବିଜୁ ଜନତା ଦଳ ତରଫରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କଳିଙ୍ଗ ବୀର ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୮ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ସକାଳେ ଶହ ଶହ ସଂଖ୍ୟାରେ ବିଜୁ ଜନତା ଦଳର ନେତୃତ୍ୱ ଓ କର୍ମୀମାନେ ସ୍ଥାନୀୟ ରାମଗଡ଼ ପଦା ଡାଏଟ ନିକଟରେ ଥିବା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପୂର୍ଣ୍ଣୟବ ପ୍ରତ୍ତି ମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ଲୋଗାନ ଦେଇଥିଲେ । ପରେ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ଆଗରପଡ଼ା ବଜାର ପରିକ୍ରମା କରାଯାଇଥିଲା । ଏଥିରେ ଜିଲ୍ଲା ପରିଷଦର ସଭାପତି ପ୍ରଫୁଲ୍ଲ ଜେନା,ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ,ସରପଂଚ ପ୍ରକାଶ ବିଶ୍ୱାଳ, ଯୁବ ନେତା ସତ୍ୟ ସାଧନ ବେଜ,ଟିକନ ପାଣିଗ୍ରାହୀ,ଜୈନୁଲ ଆବେଦିନ, ମାନସ ପଟ୍ଟନାୟକ, ଶଙ୍କର୍ଷଣ ରଥ,କରୁଣାକର ଦାସ, ବସନ୍ତ ପତି, ସପନ ସିଂହ, ପୟୋଧର ବାରିକ ଏବଂ ଦିପକ ମହାନ୍ତିଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ ।

Shrutilipi ad