ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ (୫୩ ଇୁନିଟ୍‌ ରକ୍ତ ସଂଗୃହୀତ)

ରାଜ୍ୟ
ବାରିପଦା –  ସ୍ଥାନୀୟ ମୁର୍ଗାବାଡି ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୮ ଜଣ ଛାତ୍ରୀଙ୍କ ସମେତ ମୋଟ ୫୩ ଜଣ ରକ୍ତଦାନ କରିଥିଲେ । ସ୍ବର୍ଗତ ପ୍ରଣବ ମହାନ୍ତିଙ୍କ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଗରପାଳ କୃଷ୍ଣIନନ୍ଦ ମହାନ୍ତି ଉଦଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟକ୍ଷ ପ୍ରମୋଦ କୁମାର ଡାକୁଆ, ସମାଜସେବୀ ଅମର କୁମାର ସେଠି ଓ ସୋମନାଥ ସିଂହ, ଶିକ୍ଷକ ସୌମ୍ୟ ଦାଶ, ଶିକ୍ଷକ ପ୍ରଶିକ୍ଷକ, ଶିକ୍ଷାର୍ଥୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଏହି ପ୍ରୟାସ ଜିଲ୍ଲାରେ ଆବଶ୍ୟକ ରକ୍ତ ଚାହିଦା ପୂରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଡଃ ସୌମ୍ୟ ରଞ୍ଜନ ନାୟକ ପ୍ରକାଶ କରିଥିଲେ I ‘ରକ୍ତଦାନ ମାନବତାର ସର୍ବୋତ୍ତମ ପ୍ରତୀକ ଅଟେ’, ତେଣୁ ସକ୍ଷମ ଅନୁସାରେ ନିୟମିତ ରକ୍ତଦାନ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ନଗରପାଳ ଶ୍ରୀ ମହାନ୍ତି l ‘ରକ୍ତଦାନ ଜୀବନ ରକ୍ଷାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଏ’ ବୋଲି ପ୍ରତିଷ୍ଠାନର ଅଧ୍ୟକ୍ଷ ଶ୍ରୀ ଡାକୁଆ ପ୍ରକାଶ କରିଥିଲେ I ଅଧ୍ୟକ୍ଷଙ୍କ ସମେତ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଅଭିମନ୍ୟୁ ବେହେରା, ଶିକ୍ଷକ ପ୍ରଶିକ୍ଷକ/ପ୍ରଶିକ୍ଷିକା ଦୀପ୍ତି ମହାନ୍ତ, କଳ୍ପନା ଚମ୍ପିଆ, ସଞ୍ଜୀବ କୁମାର ପାତ୍ର, ସାଗର କୁମାର ଦଳନାଏକ, ଆଶିଷ କୁମାର ଦାସ ମହାପାତ୍ର, ଭବେଶ ଚନ୍ଦ୍ର ଦେହୁରୀ ରକ୍ତଦାନ କରି ଗୁରୁଛାତ୍ରଛାତ୍ରୀ ମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ l ରକ୍ତଦାନ ପରେ ରକ୍ତଦାତାଙ୍କୁ ପ୍ରମାଣପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା I ପ୍ରକାଶ ଥାଉକି ବହୁ ଛାତ୍ରଛାତ୍ରୀ ପ୍ରଥମ ଥର ରକ୍ତଦାନ କରି ବେଶ ଉତ୍ସାହିତ ହେବାର ଲକ୍ଷ୍ୟ କରାଯାଇଥିଲା I ରକ୍ତ ଭଣ୍ଡାର ଅଧିକାରୀ ଡଃ ନାୟକଙ୍କ ନେତୃତ୍ୱରେ ରୁଚିକା ଖୁରାନା, ଶକୁନ୍ତଳା ମହାନ୍ତ ଓ କରୁଣାକର ଜେନା ରକ୍ତ ସଂଗ୍ରହ କରିଥିଲେ I
Shrutilipi ad