ଆଗରପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଲା ସରକାରୀ ୧୦୨ ଆମ୍ବୁଲାନ୍ସ

ରାଜ୍ୟ

ଆଗରପଡ଼ା :ବନ୍ତ ବ୍ଳକରେ ଥିବା ଏକମାତ୍ର ଆଗରପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଦୀର୍ଘଦିନ ପରେ ବୁଧବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସରକାରୀ ୧୦୨ ଆମ୍ବୁଲାନ୍ସ ଯୋଗାଇ ଦିଆ ଯାଇଥିବା ଜଣାପଡ଼ିଛି । ଯଦ୍ଦ୍ୱାରା ଗର୍ଭବତୀ ଓ ପ୍ରସୂତି ମହିଳାମାନେ ଚିକିତ୍ସା ପାଇଁ ବିନା ଦେୟରେ ମେଡିକାଲକୁ ଆସିପାରିବେ ଓ ଘରକୁ ଯାଇ ପାରିବେ । ପୂର୍ବରୁ ଭେଣ୍ଡର ମାନେ ଦେଇଥିବା ୧୦୨ ଆମ୍ବୁଲାନ୍ସ ବ୍ୟବହାର ପାଇଁ ଦେୟ ଦେବାକୁ ପଡ଼ୁଥିଲା । ଯଦ୍ଦ୍ୱାରା ଗରୀବ ଶ୍ରେଣୀର ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କୁ ଆମ୍ବୁଲାନ୍ସ ଦେୟ ଦେବାକୁ ବାଧୁଥିଲା । ଏହି ବ୍ଳକର ୨୫ଗୋଟି ପଞ୍ଚାୟତବାସୀଙ୍କ ସମେତ୍ ନିକଟସ୍ଥ ହାଟଡିହୀ ଓ ଖଇରା ବ୍ଲକର ଅଧିକାଂଶ ପଂଚାୟତବାସୀ ସ୍ୱାସ୍ଥ୍ୟସେବା ପାଇଁ ଆଗରପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି ।

Shrutilipi ad