ଆଗରପଡ଼ା :ବନ୍ତ ତହସିଲ ଅନ୍ତର୍ଗତ ପୁରୁଷଣ୍ଢ ମୌଜାର ମୁଣ୍ଡଳୀ ଗ୍ରାମରେ ଥିବା ବିଟିପୁରର ଜନୈକ ଗ୍ରାମବାସୀଙ୍କ ଚାଷ ଜମି ଖାତା ନଂ୬୮୦ ଓ ପ୍ଲଟ ନଂ୫୩୮୮କୁ ଜନୈକ ବ୍ୟକ୍ତି ଗତ ତିନିବର୍ଷ ଧରି ଜବରଦଖଲରେ ରଖିଥିବାର ଅଭିଯୋଗ ହେଉଛି । ଜବରଦଖଲକାରୀ ଜଣଙ୍କ ନିଜ ଜମି ବୋଲି ଦର୍ଶାଇ ସରକାରୀ ମୁଗ ବିହନ ହାତେଇବା ସହ ମୁଗଚାଷ ନ କରି ମଧ୍ୟ ଆବଶ୍ୟକୀୟ ସରକାରୀ ସୁବିଧା ପାଉଥିବାର ଅଭିଯୋଗ ହେଉଛି । ଅନ୍ୟ ଜମିକୁ ନିଜ ଜମି ବୋଲି ଦର୍ଶାଇ ଓ ଚାଷ ନ କରି ସରକାରୀ ସୁବିଧା କିପରୀ ହାସଲ ହୋଇପାରୁଛି ତାହା ତଦନ୍ତ ସାପେକ୍ଷ ବୋଲି ମତାମତମାନ ମିଳୁଛି ।

