ଆଗରପଡ଼ା :କଲରା ବୋଝେଇ ଡାଲା ଅଟେ । କୁ ଏକ ହାଇୱା ପଛରୁ ପିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସୂଚନାନୁଯାୟୀ,ଔପଦା ଅଂଚଳରୁ ଜନୈକ ଚାଷୀଙ୍କ କଲରାକୁ ବୋଝେଇ କରି ଅଟୋ ଆଗରପଡ଼ା ସାପ୍ତାହିକୀ ହାଟକୁ ଭୋର୍ ସମୟରେ ଆସୁଥିଲା । କାଣ୍ଡବା ସାଳନ୍ଦୀ ସେତୁ ଉପରେ ପଛରୁ ଦ୍ରୁତଗତିରେ ଏକ ହାଇୱା ଆସି ଅଟୋ କୁ ପିଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଖବରପାଇ ଥାନାଧିକାରୀ ଶ୍ରୀକାନ୍ତ ପତି ହାଇୱାକୁ ପିଛା କରିଥିଲେ ମଧ୍ୟ ମୁଖ୍ୟ ରାସ୍ତାରେ ହାଇୱା ନ ଯାଇ ଅନ୍ୟ ଏକ ରାସ୍ତାରେ ପଳାଇ ଯାଇଥିବାରୁ ତା\’ର ପତ୍ତା ମିଳିପାରି ନାହିଁ । ଦୁର୍ଘଟଣା ଘଟାଇଥିବା ହାଇୱା ନମ୍ବର ପାଇବା ପରେ ସେହି ଗାଡ଼ିକୁ ଠାବ କରିବାପାଇଁ ପୋଲିସ୍ ଉଦ୍ୟମ ଜାରୀ ରଖିଛି । ଦୁର୍ଘଟଣାଗ୍ରସ୍ତ ଅଟୋ ଟି ନଦୀ ସେତୁ ବାଡ଼ାରେ ଲଟକି ରହିଯିବାରୁ ସୌଭାଗ୍ୟବଶତଃ ଡ୍ରାଇଭର ବଡ଼ ବିପଦ ମୁଖରୁ ବର୍ତ୍ତିର୍ି ଯାଇଛନ୍ତି । ବାଲି,ଚିପ୍ସ ଆଦି ସାମଗ୍ରୀ ବୋଝେଇ ହାଇୱା ପରି ଭାରୀଯାନ ଗୁଡ଼ିକ ଆଗରପଡ଼ା ଜନଗହଳି ରାସ୍ତାଦେଇ ସବୁବେଳେ ଦ୍ରୁତଗତିରେ ଚଳାଚଳ କରୁଥିବାରୁ ପ୍ରତିଦିନ ଛୋଟବଡ଼ ଧରଣର ଦୁର୍ଘଟଣାମାନ ଘଟୁଥିବାର ପରିଲକ୍ଷିତ ହେଉଛି । ବିଶେଷକରି ଦିନ ବେଳା ଏହି ଭାରୀଯାନ ଗୁଡ଼ିକ ଚଳାଚଳକୁ ବନ୍ଦ କରିବାପାଇଁ ଲୋକେ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ଆଜିଯାଏ କୌଣସି କିଛି ପଦକ୍ଷେପ ପ୍ରଶାସନିକ ସ୍ତରରେ ନିଆ ଯାଇପାରି ନାହିଁ ।

