ନବୀନ ପଟ୍ଟନାୟକ ମହା ମିଛ କହିଛନ୍ତି: ପ୍ରଭାତ ତ୍ରିପାଠୀ

ରାଜ୍ୟ

ଭୁବନେଶ୍ବର: ମିଛ କହିଛନ୍ତି ନବୀନ ପଟ୍ଟନାୟକ। ମୁଁ ବିଜେଡିରେ ନାହିଁ ସେ କହିବା ମହା ମିଛ। ଦଳ ସଭାପତି ଏ‌ଭଳି କହିବା ଭୁଲ୍। ଆଜି ସାମ୍ବାଦିକ ସମ୍ମିଳନୀରେ ଏଭଳି କହି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କଡ଼ା ଜବାବ ଦେଇଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ।
ପ୍ରଭାତ ତ୍ରିପାଠୀ ଆହୁରି କହିଛନ୍ତି, ବିଜେଡିରେ ମୁଁ ନାହିଁ। ଦଳରେ ମୁଁ ନାହିଁ ବୋଲି ନବୀନଙ୍କୁ ଫିଡ୍ ବ୍ୟାକ ଦିଆଯାଇଛି। ୨୦୧୭ରେ ନିଲମ୍ବନ ପ୍ରତ୍ୟାହାର ହୋଇଥିଲା। କେଶ୍ ବିଚାରାଧୀନ ଥିବାରୁ ମାମଲାର ରାୟ ପ୍ରକାଶ ପାଇନି। ତେଣୁ ବିଜେଡି ସଭାପତି ଉଠାଇଲେ। ୨୦୧୯ ନିର୍ବାଚନ ସଭାରେ ନବୀନଙ୍କ ଉପସ୍ଥିତରେ ଭାଷଣ ଦେଇଛି। ୨୦୨୦ ପରେ ଅନେକ କ୍ଷେତ୍ରରେ ଦଳ ପାଇଁ କାମ କରିଛି। ଦଳ ମୋତେ ନିୟୋଜିତ କରିଛି। ୨୦୨୪ ନିର୍ବାଚନରେ ବିଭିନ୍ନ ନିର୍ବାଚନମଣ୍ଡଳୀ ପାଇଁ କାମ କରିଛି। ୨୪ ନିର୍ବାଚନ ସଭାରେ ଦ୍ବିତୀୟ କ୍ଷମତା କେନ୍ଦ୍ର ମୋତେ ପ୍ରଶଂସା କରିଛ। ମିଡ଼ ନାଇଟ ଅପରେସନରେ ପ୍ରଭାତ ତ୍ରିପାଠୀଙ୍କର ଭୂମିକା ଥିଲା କହିଛନ୍ତି। ପ୍ରଭାତ ତ୍ରିପାଠୀ ଦଳରେ ନାହାନ୍ତି କହିବା ଲୋକ ଦେଖୁଛନ୍ତି। ରାଜ୍ୟସଭା ବିଲ ପାଇଁ ହୁଇପ ନଥିଲା। ସସ୍ମିତ ପାତ୍ର କହିଛନ୍ତି ବିଲ ସପକ୍ଷରେ ଭୋଟ ଦେଇଛନ୍ତି। ଦେବାଶିଷ ଦୂରେଇ ରହିଲେ। ବିଜେଡିର ପକ୍ଷ ନେଇ ବୋଧହୁଏ ଦ୍ବିତୀୟ କ୍ଷମତା କେନ୍ଦ୍ର ସାଂସଦଙ୍କୁ କହିଥିବେ। ନବୀନ ବାବୁ ସାଂସଦଙ୍କୁ କହିନଥିବେ। ସସ୍ମିତ କହିଲେ ଜଣାପଡ଼ିବ। ୱାକଫ୍ ବିଲ୍ ପ୍ରସଙ୍ଗରୁ ନଜର ହଟାଇବା ଲାଗି ମୋତେ ଟାର୍ଗେଟ୍ କରାଯାଇଛି।

Shrutilipi ad